Breaking News

ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଗୀତା ଆବୃତ୍ତି ପ୍ରତିଯୋଗିତା !!

ରଘୁନାଥପୁର,::-ଭାରତୀୟ ସଂସ୍କୃତିରେ ବେଦ ହେଉଛି ଆଦ୍ୟ ଗ୍ରନ୍ଥ ! ଯେଉଁଥିରେ ଯଜ୍ଞ ପରି ବହୁ ଆଧ୍ୟାତ୍ମିକ ପାରମ୍ପରିକ ରୀତିନୀତି ଲିପିବଦ୍ଧ ହୋଇ ରହିଛି !ବେଦର ପ୍ରତିଟି ଶବ୍ଦ ସଂସାରର ସର୍ବଶ୍ରେଷ୍ଟ ବିଷୟକୁ ପ୍ରତିପାଦିତ କରିଥାଏବ! ଏହି ବେଦର ଆବୃତ୍ତି ଓ ଲୋକାଭିମୁଖୀ ପ୍ରସଙ୍ଗ କୁ ଦୃଷ୍ଟିରେ ରଖି, ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାର୍ଥୀ ଙ୍କୁ ବେଦ ଆବୃତ୍ତି ଶିକ୍ଷା ଦାନ ଦିଆଯାଇ ଆସୁଛି ! ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ, ଜଗନ୍ନାଥପୁର ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି !ଉକ୍ତ ପ୍ରତିଯୋଗିତାରେ ପ୍ରାୟ ୬୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇଥିଵା ବେଳେ, ବିଚାରକ ମାନଙ୍କ ଦ୍ଵାରା ୧ମ, ୨ୟ, ୩ୟ ଭାବରେ କ ବିଭାଗରୁ ରୁ ସାଇ ପ୍ରଥମା, ସରୋଜିନୀ ବେହେରା, ପ୍ରୀତି ସୁଲଗ୍ନା ନାୟକ, ଦେବଜିତ୍ ନାୟକ, ଏସ କେ ସୋହିବ ଅବତବ୍, ଖ ବିଭାଗରୁ,ଏ ଏସ ପ୍ରତ୍ୟାସା ତ୍ରିପାଠୀ, ଦିବ୍ୟଂଶି ଦେବପ୍ରିୟା, ଶ୍ରଦ୍ଧାଞ୍ଜଳି ସାହାଣୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ ! ବିଚାରକ ଭାବରେ ଶ୍ରୀଯୁକ୍ତ ବ୍ରଜନାଥ ମିଶ୍ର, ଶ୍ରୀଯୁକ୍ତ ସଞ୍ଜୟ ରଥ, ଶିକ୍ଷୟତ୍ରୀ ଗାୟତ୍ରୀ ରାଉତ ପ୍ରମୁଖ ଯୋଗଦେଇ ଆବୃତ୍ତି କୁ ମୂଲ୍ୟାଙ୍କନ କରିଥିବାର ଦେଖିବାକୁ ମିଳିଥିଲା !ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ୍ତ ଶତପଥୀ ଯୋଗଦେଇ ଛାତ୍ର ଜୀବନରେ ଗୀତାର ଉପାଦେୟତା, ଓ ଗୀତାସାର କୁ ବ୍ୟାଖ୍ୟା କରିଥିବା ବେଳେ,ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ମହାନ୍ତି, ଅରିବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ସମ୍ପାଦିକା ଆଭା କାନୁନଗୋ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ! ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ବିଶ୍ଵାଳ ପରିଚାଳନା କରିଥିବା ବେଳେ, ବ୍ଲକ ସଂଯୋଜକ ସଞ୍ଜୟ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ !ଆସନ୍ତା ୩୦ ତାରିଖରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଜଗତସିଂହପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ହେବ ବୋଲି ଜିଲ୍ଲା ସଂଯୋଜକ କୃତି ପ୍ରତିଯୋଗୀ ମାନଙ୍କୁ ଅବଗତ କରାଇବା ସହ ଏହି ପ୍ରତିଯୋଗିତାରେ ଜିଲ୍ଲାର ୮ଟି ବ୍ଲକ ଓ ପାରାଦୀପ ପୌର ପରିଷଦ ର କୃତି ପ୍ରତିଯୋଗୀ ମାନେ ଭାଗ ନେବେ ବୋଲି ସୂଚନା ପ୍ରଦାନ କରିଥିଲେ !!

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button