Breaking News

ପୁରୁଣାକଟକ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

 

ହରଭଙ୍ଗା 3/11(ଚିତ୍ତ ରଞ୍ଜନ ସିଂ) ବର୍ତ୍ତମାନ ଯୁଗରେ ସାଇବର ଠକେଇ ହେଉଛି ଏକ ବଡ଼ ସମସ୍ୟା। ଯେଉଁଥିରେ ରାଜ୍ୟ ର ହଜାର ହାଜର ଲୋକ ପ୍ରତ୍ୟକ ଦିନ ଏହି ସାଇବର ଠକେଇର ଶିକାର ହୋଇଥାନ୍ତି। ଯାହାକୁ ରୋକ ଲଗେଇବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସହିତ ନୃତ୍ୟ ଗୀତ ମାଧ୍ୟମ ରେ ଜନସାଧାରଣ ଙ୍କୁ ସଚେତନତା କରାଯାଉଛି। ବୌଦ୍ଧ ଜିଲ୍ଲା ରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି।ସେହି ପରିପେକ୍ଷୀ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଧେଶ କ୍ରମେ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଅଡ଼େନିଗଡ଼ ପଞ୍ଚାୟତ ର ଅଡ଼େନିଗଡ ଗ୍ରାମରେ ମଧ୍ୟ ପୁରୁଣାକଟକ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସାଇବର ସୁରକ୍ଷା ର ମୂଳ ଲକ୍ଷ ହେଲା ରୁହନ୍ତୁ, ଯାଞ୍ଚ କରନ୍ତୁ,ନିଜକୁ ସୁରକ୍ଷିତ ରଖନ୍ତୁ। ଅନ୍ୟପଟେ ଠକେଇ, ଫେକ ମେସେଜ, ଓଟିପି ଠକେଇ, ଏବଂ ସୋସିଆଲ ମିଡ଼ିଆ ରେ ହୋଇଥିବା ବିଭିନ୍ନ ଅପରାଧ ସମ୍ପର୍କ ରେ ସଚେତନତା ଏବଂ ସାମାନ୍ୟ ଭୁଲ ରୁ ବହୁତ ବଡ଼ ଭୁଲ ହେବା କଥା ଲୋକ ମାନଙ୍କୁ ସଚେତନତା କରାଯାଇଥିଲା।ସଭା ପୂର୍ବରୁ ସାଇବର ସଚେତନତା ରଥ ଅଡ଼େନିଗଡ଼ ଗଣେଶ ବଜାର ଛକ ଠାରେ ପହଂଚି ଥିଲା। ତା ପରେ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନାମ ସଂକୀର୍ତନ କରି ଏକ ଶୋଭାଯାତ୍ରା ରେ ଗାଁକୁ ଅଣାଯାଇଥିଲା।ପୁରୁଣାକଟକ ଥାନା ଅଧିକାରୀ ଅରୁଣ ସିଂ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅଜିତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ହେଡ ମେମ୍ବର ତପନ କୁମାର ସାହୁ ଯୋଗ ଦେଇଥିଲେ। ଏଥି ସହିତ ଆଡ଼େନିଗଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ବେହେରା ଙ୍କ ସମେତ, ଆଇ ଆର ବି ବାଟାଲିଆନ, ଛାତ୍ର ଛାତ୍ରୀ, ଜନ ସାଧାରଣ, ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ |ପରେ ପରେ ସାଇବର ସଚେତନ ଉପରେ ଭିଡିଓ ପ୍ରଦର୍ଶନ ସହ, ମୁଖ୍ୟମନ୍ତ୍ରୀ ଏବଂ ଡି ଜି ପି ଙ୍କ ସଚେତନତା ବାର୍ତ୍ତା ପ୍ରସାରିତ ହୋଇଥିଲା। ଏବଂ ସାଇବର ଠକେଇ ର ଶିକାର ହେଲେ ସାଇବର କ୍ରାଇମ ହେଲ୍ପ ଲାଇନ ନମ୍ବର 1930 ରେ କଲ କରିବା ପାଇଁ ଲୋକଙ୍କୁ କୁହାଯାଇଥିଲା। ପରେ କଳାକାର ଙ୍କ ଦ୍ୱାରା ନୃତ୍ୟ ଗୀତ ମାଧ୍ୟମ ରେ ସାଇବର ଠକେଇ ଉପରେ ଉପସ୍ଥିତ ଜନ ସାଧାରଣ ଙ୍କୁ ସଚେତନ କରାଯାଇଥିଲା।

Related Articles

Back to top button