Breaking News

ଲୋକସଂସ୍କୃତି ଓ ଆଧ୍ୟାତ୍ମିକତାର ମହାସଙ୍ଗମ,  …କାର୍ତିକ ଏକାଦସିରେ ଶୁଭ କୈଳାସୀ ଯାତ୍ରା….

 

 

ହରଭଙ୍ଗା :03/11.(ଚିତ୍ତ ରଞ୍ଜନ ସିଂ )ଓଡ଼ିଶାର ଗ୍ରାମ୍ୟ ଜୀବନର ଜୀବନ୍ତ ଧାରା ତାହାର ପରମ୍ପରା ଓ ଅଚଳ ସଂସ୍କୃତିରେ ପ୍ରକାଶ ପାଏ। କାର୍ତିକ ମାସ ଓ ପର୍ବ ପର୍ବାଣି ଏହାର ଉଦାହରଣ। କାର୍ତିକ ଏକାଦଶୀ ଦିନର ଶୁଭ କୈଳାସୀ ଯାତ୍ରା ବୌଦ୍ଧ ଜିଲ୍ଲାର ରାମଗଡ ଗ୍ରାମର ଦୀର୍ଘଦିନ ଧରି ପୂର୍ବପୁରୁଷ ରୁ ବଂଶାନୁ କ୍ରମେ ପରମ୍ପରାନୁସାରେ ଶ୍ରଦ୍ଧା, ଶୃଙ୍ଖଳା ଓ ଭକ୍ତିଭାବ ସହ ବିଶେଷ ଉତ୍ସାହରେ ପାଳନ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ଯାତ୍ରାର ଜାକଜକମ୍, ଧାର୍ମିକ ମହିମା, ଓ ସାମାଜିକ ସହଭାଗୀତା ଦର୍ଶନୀୟ ରହିଛି lସକାଳଠାରୁ ମନ୍ଦିର ପରିବେଶ ଭଜନ-କୀର୍ତନ, ଶଂଖଧ୍ୱନି ଓ ଦୀପଶିଖାର ଆଲୋକରେ ପବିତ୍ର ହୋଇଉଠିଥିଲା। ଏହା କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ— ଏହା ସମୁଦାୟ ଏକତା, ମନୋଭାବର ପବିତ୍ରତା, ଓ ସଂସ୍କୃତିର ଅବିରତ ପ୍ରବାହ କୁ ପ୍ରତିପାଦନ କରିଥାଏ।

ଢ଼ୋଳ-ମହୁରୀ, ପାରମ୍ପରିକ ବାଦ୍ୟର ତାଳ ଶବ୍ଦରେ ଯାତ୍ରା ପରିବେଶ ଉତ୍ସବମୂର୍ଚ୍ଛନାରେ ମଗ୍ନ ହୋଇଉଠେ। ଶ୍ରଦ୍ଧାଳୁ ଭକ୍ତ ଓ ମହିଳା ଶୁଭ କୈଳାସୀ କୁ ମୁଣ୍ଡରେ ମୁଣ୍ଡାଇ ମହାନଦୀ କୁ ଏକ ବିରାଟ ପଟୁଆର ରେ ଯାଇ ଗ୍ରାମ ପରିକ୍ରମା ପରେ କୈଳାସୀ କୁ ପୁଣି ଗମ୍ଭୀରା କୁ ନିଆଯାଇଥାଏ lଯାତ୍ରା ସନ୍ଧ୍ୟାରେ ଏବର୍ଷର ଯାତ୍ରା ଜଗତ ରେ ଆଲୋଡନ ଓ ଆକର୍ଷଣ କରିଥିବା ସାମାଜିକ ନାଟକ ମା ବାଉରୀ ଗଣନାଟ୍ୟ ଆନୁକୂଲ୍ୟରେ “ଲୁହ ପୋଛିବାକୁ ପଣତ ନାହିଁ ” ମଞ୍ଚସ୍ଥ ହୋଇଥିଲା l ସେହିପରି ହରଭଙ୍ଗା ଠାରେ ମଧ୍ୟ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଥିବା ଜଣା ପଡିଛି lମଞ୍ଚସ୍ଥ ନାଟକ ର ଅଭିନୟ’ର ସ୍ୱାଦ ସହିତ ପ୍ରସ୍ତୁତ ଏହି ନାଟକ ଦର୍ଶକମାନଙ୍କ ହୃଦୟ କୁ ଛୁଇଁ ଥିଲା l “ଯାତ୍ରା କେବଳ ପୂଜା ନୁହେଁ, ଯାତ୍ରା ହେଉଛି ଆମ ଗାଁର ମନ, ଆମ ଐତିହ୍ୟ, ଓ ଆମ ପରିଚୟ।”।ବିଶେଷ କରି ହରଭଙ୍ଗା ଠାରେ ଏହି ରାହସ ବା କୈଳାସ ଯାତ୍ରା ଦେଢ଼ଶହ ପୂର୍ବରୁ ହୋଇ ଆସିଚି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।

Related Articles

Back to top button