Breaking News

ତାକୁଡ଼ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ

ହରଭଙ୍ଗା(ରୁପେଶ କୁମାର ମହାକୁଡ଼ ) ମାଁ ଭୈରବୀ ଙ୍କ ମନ୍ଦିର ର ରତ୍ନମୁଦ ଅବସରରେ ବୌଦ୍ଧ ଜିଲ୍ଲା ତିଲେଶ୍ଵର ପଞ୍ଚାୟତ ତାକୁଡ଼ ଗାଁରେ ସୋମବାର ଦିନ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ଗାଁର ଶତାଧିକ ମହିଳା ମାନେ ନୂଆ ପାରମ୍ପରିକ ପୋଶାକ ପିନ୍ଧି, ମୁଣ୍ଡରେ ମାଟି କଳସ ନେଇ ଭକ୍ତିଭାବ ସହ ଶୋଭା ଯାତ୍ରାରେ ସାମିଲ ହୋଇଥଲେ । ନାମ ସଂକୀର୍ତନ ଶଙ୍ଖଧ୍ୱନିରେ ସମଗ୍ର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ମନ୍ଦିର କମିଟି ଓ ଗ୍ରାମବାସୀ ଙ୍କ ମିଲିତ ଉଦ୍ୟମରେ ନିକଟସ୍ତ ଜଳାଶୟ ରୁ ପାଣି ନେଇ ମନ୍ଦିର ପରିକ୍ରମା କରି ଶେଷରେ ଯଜ୍ଞମଣ୍ଡପରେ ପହଞ୍ଚିଥିଲା। ଶୋଭାଯାତ୍ରା ପରେ ମନ୍ଦିର ବେଢା ରେ ନାମ ସଂକୀର୍ତନ ହୋଇଥିଲା। କାର୍ଯ୍ୟକ୍ରମ ରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ! ଆଜି ମାଁ ଙ୍କ ମନ୍ଦିର ରୀତିନୀତି ପୂଜା ଅର୍ଚନା ପରେ ରତ୍ନ ମୁଦ ସ୍ଥାପନ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି!

Related Articles

Back to top button