Breaking News

କୋଡ଼ିବାହାଲ ପିଏମଶ୍ରୀ ବିଦ୍ୟାଳୟରେ ଶୀତକାଳୀନ ଅଧିବେଶନ।

କଣ୍ଟାମାଳ,୩/୧୧/୨୫:(ପ୍ରଭାତ କୁମାର ସାହୁ) ଛାତ୍ରଛାତ୍ରୀମାନଙ୍କୁ ଲୋକତନ୍ତ୍ର, ସଂସଦୀୟ ପ୍ରଣାଳୀ, ନେତୃତ୍ଵର ଗୁଣବତା ବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ଆମ ରାଜ୍ୟର ପ୍ରତ୍ୟେକ ପିଏମଶ୍ରୀ ବିଦ୍ୟାଳୟରେ ପାର୍ଲିଆମେଣ୍ଟ ଅଧିବେଶନର ମଡ଼େଲ ଗଠନ କରିଛନ୍ତି। ଏହି କ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ କୋଡ଼ିବାହାଲସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶୀତକାଳୀନ ଅଧିବେଶନର ମଡ଼େଲ ପ୍ରଧାନଶିକ୍ଷୟତ୍ରୀ ଦୁଲଣା ସୁନ୍ଦରୀ ଭୋଇଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।ମାଷ୍ଟର ଟ୍ରେନର ସହକାରୀ ଶିକ୍ଷକ ଋଷଭ ନାଗ ଏବଂ ମେଣ୍ଟର ଭବାନୀଶଙ୍କର ଜୁଆଳିଙ୍କ ନେତୃତ୍ଵରେ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ବାଚସ୍ପତି, ପ୍ରଧାନମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ, ବିରୋଧୀ ଦଳ ନେତା ଆଦି ବିଭିନ୍ନ ଭୂମିକାରେ ନିଖୁଣ ଅଭିନୟ କରିଥିଲେ। ସହକାରୀ ଶିକ୍ଷକ ଭରତ ଜାନୀ ଏବଂ ମହେଶ୍ୱତା କହଁର ସହଯୋଗ କରିଥିଲେ। ଦର୍ଶକଗ୍ୟାଲେରୀରେ ପରିଚାଳନା କମିଟି ସଦସ୍ୟ, ବୃଦ୍ଧିଜିବୀ , ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏପରି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button