Breaking News

ହିଙ୍ଗୁଳା ପୀଠରେ ମହାଚଣ୍ଡୀ ଯଜ୍ଞ 

ତାଳଚେର, ୦୨/୧୧ ପବିତ୍ର କାର୍ତିକ ପଂଚୁକ ପାଳନ ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ପାଞ୍ଚ ଦିନ ବ୍ୟାପୀ ୪୦ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଶୁକ୍ରବାର ଦିନ ତିନିଶହରୁ ଉର୍ଦ୍ଧ୍ୱ ମହିଳା ନିକଟସ୍ଥ ସିଙ୍ଗଡ଼ା ନଦୀରୁ ପବିତ୍ର ଜଳ କଳସକୁ ଏକ ଭବ୍ୟ ଶୋଭାଯାତ୍ରାରେ ଆଣି ମା ହିଙ୍ଗୁଳାଙ୍କ ପୀଠ ପରିସରରେ ଥିବା ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ରାଜଗୁରୁ ପଙ୍କଜ ଲୋଚନ ପତିଙ୍କ ପୌରହିତ୍ୟରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ, ବନବିହାରୀ ଦାସ, ସୁଭାଷ ଚନ୍ଦ୍ର ନନ୍ଦ, ଚନ୍ଦ୍ରଶେଖର ମହାପାତ୍ର, ସୁଗ୍ରୀବ କର, ଅଶ୍ୱିନ କୁମାର ମିଶ୍ର, ହୃଦୟ ଶତପଥୀ,ପବିତ୍ର ମୋହନ ନାଥ,ସନ୍ଦେଶ ପାଣିଗ୍ରାହୀ, ସ୍ମୃତିରଞ୍ଜନ ଦାଶ ପ୍ରମୁଖ ଯଜ୍ଞକାର୍ଯ୍ୟ ପରିଚାଳନା କରୁଛନ୍ତି । ଯଜ୍ଞକର୍ତା ଭାବରେ ଲଲାତେନ୍ଦୁ ଗଡ଼ନାୟକ ଓ ତାଙ୍କ ଧର୍ମପତ୍ନୀ ଶର୍ମିଷ୍ଠା ଦାସ, ଲକ୍ଷ୍ମୀକାନ୍ତ ସାମଲ ଓ ତାଙ୍କ ଧର୍ମପତ୍ନୀ ସୁକନ୍ୟା ଖଣ୍ଡୁଆଳ, ସାହେବ ଗଡ଼ନାୟକ ଓ ତାଙ୍କ ଧର୍ମପତ୍ନୀ ପ୍ରଭାତୀ ଗଡ଼ନାୟକ, କରୁଣାକର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ଭଞ୍ଜ, ତପନ କୁମାର ଗଡ଼ନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ଶନିବାର ଦିନ ସୂର୍ଯ୍ୟ ପୂଜା,ସର୍ବ ଦେବଦେବୀଙ୍କ ଆବାହନ ଓ ରବିବାର ଦିନ ଶ୍ରୀମଦ୍ ଗୀତା ମହାଯଜ୍ଞ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ କରା ଯାଇଅଛି । ସୋମବାର ଦିନ ନବଗ୍ରହ ପୂଜା ଓ ଗ୍ରହଶାନ୍ତି ମହାଯଜ୍ଞ,ମଙ୍ଗଳବାର ଦିନ ରୁଦ୍ର ମହାଯଜ୍ଞ ଓ ବୁଧବାର ଦିନ ଚଣ୍ଡୀ ପୂଜା, ସପ୍ତସତୀ ମହାଚଣ୍ଡୀ ଯଜ୍ଞ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି । ଯଜ୍ଞ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଅଛି । ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ମା ହିଙ୍ଗୁଳାଙ୍କ ଅନ୍ନପ୍ରସାଦ ମାଗଣାରେ ବିତରଣ କରାଯାଉଛି । ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ଜଗନ୍ମୋହନ ଗଡ଼ନାୟକ, ରାଜେନ୍ଦ୍ର ସିଂହ, ମୂରଲୀଧର ସାହୁ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସାହୁ, ଗଗନ ବିହାରୀ ସାହୁ, ଅରୁଣ କୁମାର ପ୍ରଧାନ, ଡିଲେଶ୍ୱର ସାମଲ, ଲଛମନ ସାମଲ, ବିନୟ ମହାନ୍ତି, ବିଭୂତି ଭୂଷଣ ସାହୁ, ନରୋତମ ବେହେରା, ବାବୁଲି ଦେହୁରୀ, ଅରୁଣ ମହାନ୍ତି, ପଠାଣି ବାରିହା, ବାଉରୀବନ୍ଧୁ ସାମଲ, ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁଙ୍କ ସମେତ ଗୋପାଳପ୍ରସାଦ ଗ୍ରାମବାସୀ ଯଜ୍ଞକାର୍ଯ୍ୟରେ ସକ୍ରିୟ ସହଯୋଗ କରୁଛନ୍ତି । ସୂଚନାଯୋଗ୍ୟ ଯେ- ଦୀର୍ଘ ୩୯ ବର୍ଷ ହେଲା ଏହି ଯଜ୍ଞ ନିରବିଚ୍ଛନ୍ନ ଭାବରେ ମା ହିଙ୍ଗୁଳା ବିଶ୍ୱଶାନ୍ତ ଯଜ୍ଞାନୁଷ୍ଠାନ ଓ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଅଛି ।

Related Articles

Back to top button