ଉନ୍ମୋଚନ ହେଲା ବାଣୀପର୍ବ ର ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ ଲୋଗୋ !!


ତିର୍ତ୍ତୋଲ ::-କେହି ଜଣେ ମହାପୁରୁଷ କହିଥିଲେ ଯେ ସାହିତ୍ୟ ହେଉଛି ସମାଜ ଓ ସଂସ୍କୃତିର ଆଇନା !ଓଡ଼ିଶାର ଆଦିକବି ସାରଳାଦାସ ଙ୍କ କାବ୍ୟ କୁ ନେଇ ସାରା ଓଡ଼ିଆ ସମାଜ ଗର୍ବ କରୁଥିବା ବେଳେ,ସାରଳା ଦାସଙ୍କ ସଂସ୍କୃତି ସମ୍ପନ୍ନ ସାହିତ୍ୟ, ଓ ମହତ୍ତ୍ୱ କୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ସୁପ୍ରତିଷ୍ଠିତ କରାଇବା ପାଇଁ ମା’ଶାରଳାଙ୍କ ପାବନ ପୀଠରେ ବାଣୀପର୍ବ ର ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ ଆୟୋଜନ କରା ଯାଉଛି !ଏହି ଉପଲକ୍ଷେ ବାଣୀପର୍ବ କମିଟିର ଆବାହକ ଦେବେନ୍ଦ୍ର ନାଥ ରାଉତ ଙ୍କ ଆହ୍ୱାନ କ୍ରମେ,ଝଙ୍କଡ଼ ଶାରଳାପୀଠ କନକପୁର ସ୍ଥିତ ଅତିଥି ଭବନରେ, ବାଣୀପର୍ବ, ବାଣୀକ୍ଷେତ୍ର ସାହିତ୍ୟ ଉତ୍ସବ, ଲୋକାର୍ପଣ ପର୍ବ ଓ ଲୋଗୋ ଉନ୍ମୋଚନ,ଜିଲ୍ଲାର ବହୁ ଗୁଣି ଜ୍ଞାନୀ ବିଦ୍ୱାନ ସାହିତ୍ୟିକ, ସମାଲୋଚକ, କବି କବୟିତ୍ରୀ, ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ପ୍ରାତଃ ସମୟରେ ମା’ ଶାରଳା ଠାକୁରାଣୀ ଙ୍କ ମାର୍ଜନା ପୂଜାର୍ଚ୍ଚନା ପରେ ଲୋଗୋ ସମର୍ପଣ କରାଯାଇ, ସଭାସ୍ଥଳୀ କୁ ଅଣାଯାଇଥିଲା l ମାଆଙ୍କର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଆଶୀର୍ବଚନ ପ୍ରଦାନ କରିବା ସହିତ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ l ଆବାହକ ଦେବେନ୍ଦ୍ର ନାଥ ରାଉତ, ଏହି ବାଣୀପର୍ବ ର ଲକ୍ଷ୍ୟ, ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ବାଣୀପର୍ବ ର ଏହି ଅଭିନଵ ପ୍ରୟାସ, ବାସ୍ତବିକ ଶତତ ପ୍ରଶଂସନୀୟ ଓ ସର୍ବତ୍ର ଅଭିନନ୍ଦନୀୟ ବୋଲି କହିଥିଲେ.l ଡଃ. ସିଦ୍ଧେଶ୍ବର ପଣ୍ଡା, ଓ ଡଃ. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ସଂଯୋଜନାରେ ଜଗତସିଂହ ପୁର ଜିଲ୍ଲାର ଶତାଧିକ ସାହିତ୍ୟ ସଂସ୍କୃତି ଓ ସମାଜସେବୀ ସଙ୍ଗଠନ ର କର୍ମକର୍ତ୍ତା ମାନେ ନିଜ ନିଜର ବକ୍ତବ୍ୟ ଓ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ଦ୍ୱିତୀୟ ଅଧିବେଶନ ର ଆୟୋଜିତ ସଭା ଅନୁଷ୍ଠାନର ସଭାପତି ଗୌରାଙ୍ଗ ଚରଣ ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟଅତିଥି ଭାବରେ ସାଂସଦ ବିଭୁପ୍ରସାଦ ତରାଇ ଓ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ. ରମାକାନ୍ତ ଭୋଇ, ବିଶିଷ୍ଟ ଶିଳ୍ପପତି ଅନ୍ତର୍ଯ୍ୟାମୀ ପଟ୍ଟନାୟକ, କ୍ୟାପଟେନ ସଂଜୀବ କୁମାର ମୁଦୁଲି, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ବାଣୀପର୍ବ ର ଲୋଗୋ ଉନ୍ମୋଚନ କରିବାରେ ସହାୟକ ହୋଇ ଥିଲେ ! ଏହି ସମସ୍ତ କାର୍ଯ୍ୟକ୍ରମ କୁ ନଗେନ୍ଦ୍ର ନାଥ ସ୍ୱାଇଁ, ବିବେକାନନ୍ଦ ହୋତା, ପଣ୍ଡିତ ଶରତ କୁମାର ଦାଶ, ଉତ୍କଳ ସାହିତ୍ୟ ସମାଜ ର କାର୍ଯ୍ୟକାରିଣୀ ସଦସ୍ୟ ରଘୁ ସାହୁ, ସତ୍ୟ ଭୂଷଣ ଦାସ, ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରି ଥିଲେ ! ପରିଶେଷରେ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ l ଆସନ୍ତା ଜାନୁଆରୀ ମାସ 23/24/25 ତାରିଖ ଦୀର୍ଘ ତିନି ବ୍ୟାପି ଏହି ବାଣୀପର୍ବ ର ଅନ୍ତର୍ଜାତୀୟ ସାରସ୍ୱତ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ର ସଂଯୋଜକ ସୁରେଶ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସାମର୍ଥ ସମାଚାର !!




