ପଞ୍ଚୁକ ପାଇଁ ହବିଷ୍ୟାଳିଙ୍କ ନିମନ୍ତେ ଦିବ୍ୟ ଜୀବନ ଶିବିର ଅନୁଷ୍ଠିତ,


ପବିତ୍ର ଅଁଳା ନବମୀ ଅବସରରେ ତୁଳସୀକ୍ଷେତ୍ରାଧିପତି ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ପରିସରରେ ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ପଞ୍ଚୁକରେ ହବିଷ୍ୟାଳି ମା ‘ମାନଙ୍କ ପାଇଁ ଏକ ଶିବିର ଉଦଘାଟନ ହୋଇଯାଇଛି।କାର୍ତିକ ପଂଚୁକ ବ୍ରତ ପାଳନ କରୁଥିବା ଏହି ସମସ୍ତ ହବିଷ୍ୟାଳି ମାନଙ୍କ ପାଇଁ ରହିବା ଓ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି।ନଭେମ୍ବର ୧ ତାରିଖ ଠାରୁ ୫ ତାରିଖ କାର୍ତିକ ପୂର୍ଣ୍ଣମା ପର୍ଯ୍ୟନ୍ତ ଏହି ହବିଷ୍ୟାଳି ମାନେ ତୁଳସୀ କ୍ଷେତ୍ର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ବ୍ରତ ପାଳନ କରିବେ।ମଧ୍ୟାହ୍ନରେ ପ୍ରସାଦ ସେବନ ଓ ସଂନ୍ଧ୍ୟାରେ ସତ୍ସଙ୍ଗ ପ୍ରବଚନ କାର୍ଯ୍ୟକ୍ରମ କରାଯିବ। ଦିବ୍ୟ ଜୀବନ ସଙ୍ଘ କେନ୍ଦ୍ରାପଡ଼ାର ମୁଖ୍ୟ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ବତୀଙ୍କ ପୌରହିତ୍ୟରେ ଜିଲ୍ଲାପାଳ ରଘୁରାମ ଆର ଆୟାର ଯୋଗଦେଇ ହବିଷ୍ୟାଳି ମାଆ ମାନଙ୍କୁ ଉତ୍ସାହିତ କରିଥିଲେ।
ଏଥିସହିତ ଓଡ଼ିଆ ରାଜନୈତିକ ର ଚର୍ଚ୍ଚିତ ବିଶିଷ୍ଟ ସମାଜସେବୀ ସାମ୍ବାଦିକ ସୋମ୍ୟରଞନ ପଟ୍ଟନାୟକ ମଧ୍ୟ ଯୋଗଦେଇ ଥିଲେ।ମାଟି ମା ଓ ମାତୃଭାଷା କୁ ଗୁରୁତ୍ୱ ଦେବାପାଇଁ କହିବା ସହିତ ପ୍ରତ୍ୟେକ ମା ମାନଙ୍କୁ ଘରେ ଘରେ ମାତୃଭାଷାରେ କଥା ହେବା ସହିତ ମଦମୁକ୍ତ କରିବା ପାଇଁ ସପଥପାଠ କରାଇଥିଲେ।

*କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )*




