ଯାତାୟାତ ପାଇଁ ଆସିଥିବା ରାସ୍ତା ବ୍ୟକ୍ତିଗତ ଘରକୁ କରାଯିବାରୁ ସରପଞ୍ଚ ସମେତ ଗାଁ ଲୋକଙ୍କ ଘୋର ବିରୋଧ


ଲୋକଙ୍କ ଗମନାଗମନ ପାଇଁ ଆସିଥିବା ରାସ୍ତାକୁ ଅନ୍ୟ ଏକ ଯାଗାରେ ବ୍ୟକ୍ତିଗତ ଘରକୁ କରାଯିବାରୁ କେନ୍ଦ୍ରାପଡା ବ୍ଲକ ର ଜମଧର ପଞ୍ଚାୟତ ସରପଞ୍ଚ ସମେତ ଗାଁ ଲୋକଙ୍କ ପ୍ରବଳ ବିରୋଧ।ଜମଧର ପଞ୍ଚାୟତ ବଡ ଗାଁରେ ଏକ ପକ୍କା ସଡକ ନିର୍ମାଣ ପାଇଁ “ବିକଶିତ ଓଡିଶା ବିକଶିତ ଗାଁ”ଯୋଜନାରେ ୪ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା।ଏହି ପକ୍କା ରାସ୍ତାଟି ବଡଗାଁ ଅଙ୍ଗନବାଡି-୨,ପଣ୍ଡୁଆ ଗାଁର ସେଠି ସାହି ଓ ଇଡିଆଳି ସ୍କୁଲକୁ ସଂଯୋଗ କରୁଛି।ଏହାଦ୍ୱାରା ପ୍ରାୟ ୭ ଶହରୁ ଅଧିକ ଲୋକ ଉପକୃତ ହେବେ।କାର୍ଯ୍ୟାଦେଶ ବାହାରିବାର କିଛିଦିନ ପରେ ହଠାତ୍ ପ୍ରକଳ୍ପଟି ଅନ୍ୟତ୍ର ସ୍ଥାନାନ୍ତର ହୋଇ ଯାଇଥିଲା।ଗ୍ରାମବାସୀ ଖବର ନେବାରୁ ଜଣାପଡିଲା ଜଣ୍ଟିଲୋ ଗାଁର ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହେବ ବୋଲି।ରାସ୍ତା ନିର୍ମାଣ କାର୍ଯ୍ୟ କୁ ସ୍ଥାନାନ୍ତର ବିଧାୟକଙ୍କ ଘନିଷ୍ଠତା ପାଇଁ କରାଯାଇଛି ବୋଲି ଗାଁ ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି।ରାସ୍ତା ଟି ଜଳସେଚନ ବିଭାଗ ଅଧିନରେ ଥିଲେ ମଧ୍ୟ ଜଳସେଚନ ବିଭାଗର ବିନା ଅନୁମତିରେ ନିର୍ମାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ପକୃତ ଘଟଣା ଜଣାପଡିବା ପରେ ବଡ଼ଗାଁ ର ଲୋକମାନେ ଏହାର ପ୍ରତିବାଦ କରିବା ସହ ସରପଞ୍ଚ ରାଜକିଶୋର ଖୁଣ୍ଟିଆଙ୍କ ନେତୃତ୍ବରେ ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ନିର୍ଧାରିତ ଯାଗାରେ ରାସ୍ତା ନହେଲେ ଯୋରଦାର ବିରୋଧ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।
*କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ*




