ଫ୍ଲାଏବୋର୍ଡ ପଡି ଦାଦନ ଶ୍ରମିକ କେରଳରେ ମୃତ,ମୃତ ଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ


*ରାଜନଗର*
ଆଙ୍କର–//ଫ୍ଲାଏବୋର୍ଡ ପଡି ଓଡ଼ିଆ ଦାଦନ ଶ୍ରମିକ କେରଳରେ ମୃତ।ମୃତ ଦେହ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନକୁ ପରିବାରର ଆକୁଳ ନିବେଦନ।କେରଳରେ ମୃତ୍ୟୁବରଣ କରିଥିବା କେନ୍ଦ୍ରାପଡା ତାଳଚ୍ଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ନଳିତାପାଟିଆ ଗାଁର ସୁକାନ୍ତ ମଲ୍ଲିକଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।ଗତ ୩୦ ତାରିଖ ଦିନ କେରଳର ଏକ ପ୍ଲାଏ ଉଡ୍ କାରଖାନାରେ କାମ କରୁଥିବା ବେଳେ ସୁକାନ୍ତଙ୍କ ଉପରେ ଏକ କାଠ ଫ୍ଲାଏବୋର୍ଡ ବିଡା ପଡି ଯାଇଥିଲା।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏଯାଏ ସୁକାନ୍ତଙ୍କ ଗାଁ କୁ ଆସିବା ପାଇଁ କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସୁକାନ୍ତଙ୍କ ସ୍ତ୍ରୀ ସବିତା ମଲ୍ଲିକ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ମରଶରୀର ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି।ମୃତ ସୁକାନ୍ତଙ୍କର ଦୁଇଝିଅ ଓ ଗୋଟିଏ ପୁଅ ଅଛନ୍ତି।ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ।
*କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )*




