Breaking News
ମା ହାତୀଆସୁଣୀ ପୀଠରେ 5ମ ବାର୍ଷିକ ଉତ୍ସବ ପାଳନ


ଭୁବନେଶ୍ୱର ଆଜି ମୈତ୍ରୀ ବିହାରସ୍ଥିତ ହାତିଆସୁଣୀ ମନ୍ଦିର ପୀଠରେ ବାବା ହାତୀଆସୁଣୀ ଙ୍କର ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳନ ସହ ମନ୍ଦିରରେ ବାର୍ଷିକ ଉତ୍ସବ ପାଳନ ହେଉଛି. ବାବା ପାଞ୍ଚ ବର୍ଷ ପୂର୍ବେ ଏହିଠାରେ ସମାଧି ନେଇଥିଲେ. ବାବାଙ୍କୁ ପୂଜା କରି ବହୁ ଲୋକ ଉପକୃତ ହୋଇଛନ୍ତି. ମହିଳା ମାନେ ପୁତ୍ର ସନ୍ତାନ ଲାଭ କରିଛନ୍ତି ଓ ସବୁ ଲୋକ ଆସି ମାଙ୍କ ପୂଜା କରନ୍ତୁ ନିଜ ଦୁଃଖ ଦୁରକରନ୍ତୁ ବୋଲି କହିଛନ୍ତି ହାତୀଆସୁଣୀ ପୀଠର ପୂଜକ ସ୍ୱାଇଁ ନନା. ସେହିଭଳି ହାତୀଆସୁଣୀ ମାଙ୍କ ଆଶୀର୍ବାଦ ନେଇ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ. ଯାହାର କିଛି ସମସ୍ୟା ଅଛି ସେ ଆସି ମାଙ୍କ ପୂଜା କଲେ ଭକ୍ତି କଲେ ସବୁ ଦୁଃଖ ଦୂର ହେବ ବୋଲି କହିଛନ୍ତି ବରିଷ୍ଠ ପୂଜକ ପ୍ରମୋଦ ତ୍ରିପାଠୀ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି.




