ଅପହୃତ ଶିକ୍ଷକ ଙ୍କୁ ୧୨ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ସିନାପାଲି ପୋଲିସ।


ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ସିନାପାଲି ସହର ର ଶିକ୍ଷକ ଦୈତାରୀ ମେହେର (୫୨) ଅପହରଣ ହୋଇଥିବା ନେଇ ପରିବାର ଲୋକେ ସିନାପାଲି ଥାନାର ଦ୍ୱାରସ୍ଥ ହେବାର ୧୨ ଘଣ୍ଟା ନ ପୁରୁଣୁ ସିନାପାଲି ପୋଲିସ ଉଦ୍ଧାର କରିବା ରେ ସଫଳ ହୋଇଛି। ସିନାପାଲି ଥାନା ଅଧିକାରୀ ଦୁର୍ଗାମାଧବ ବାଗ ଙ୍କ ନେତୃତ୍ୱ ରେ ଦୁଇ ଜଣିଆ ଟିମ୍ ତଦନ୍ତ କରିବା ସହ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳ ରୁ ଶିକ୍ଷକ ଙ୍କୁ ଉଦ୍ଧାର କରିଥିବା ସିନାପାଲି ଥାନା ଅଧିକାରୀ ଶ୍ରୀ ବାଗ ପ୍ରକାଶ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଶନିବାର ସକାଳୁଆ ସ୍କୁଲ ଥିବାରୁ ବାଇକ ଯୋଗେ ଯାଉଥିଲେ ପ୍ରାୟ ୭ ଘଣ୍ଟା ସମୟ ରେ ସରଧାପୁର- କର୍ଲାପାଣି କାଜୁ ବଗିଚା ନିକଟରେ ଦୃର୍ବୁତ୍ତ ମାନେ ଏକ ଧଳା ରଙ୍ଗ ର କାର ରେ ଆସି ମାରଣାସ୍ତ୍ର ଦେଖାଇ ନେଇଯାଇଥିଲେ। ସେମାନେ ଉଭୟ ଆଞ୍ଚଳିକ ଓ ଛତିଶଗଡ଼ ଭାଷା ରେ କଥାବାର୍ତ୍ତା ହେଉଥିବା ବେଳେ ଶିକ୍ଷକ ଙ୍କ ମୋବାଇଲ ନମ୍ବର ରେ ଘର କୁ ଫୋନ କରି ଟଙ୍କା ମାଗି ଥିଲେ। ପରେ ଘର ଲୋକ ସିନାପାଲି ଥାନାରେ ଜଣାଇବା ପରେ ପୋଲିସ ତନାଘନା ଆରମ୍ଭ କରି ମୋବାଇଲ ଟ୍ରାକ କରି ଉଦ୍ଧାର କରିଥିବା ଜଣାପଡିଛି। ପୋଲିସ ଶିକ୍ଷକ ଜଣଙ୍କୁ ଥାନାରେ ରଖି ପଚରା ଉଚୁରା ଚଳାଇଥିବା ବେଳେ ଦୃର୍ବୁତ୍ତ ମାନେ ଧରା ପଡ଼ି ନାହାନ୍ତି।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ




