Breaking News

ଚଚରାଭଟା ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ବାସ୍ତବ ଚିତ୍ର — ଗ୍ରାମବାସୀଙ୍କ ଅଭିଯୋଗ ଉପରେ ତୋଳପଡ଼

ନିମ୍ନ ମାନର ଭୋଜନ ଓ ଅନିୟମିତତା ଉପରେ ଅସନ୍ତୋଷ, ନିରପେକ୍ଷ ତଦନ୍ତ ଦାବି

 

ସିନାପାଲି (ନୂଆପଡା):

ସିନାପାଲି ବ୍ଲକ ଅଧୀନ ଚଚରାଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ଗଭୀର ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ଗ୍ରାମବାସୀମାନେ ଜଣାଇଛନ୍ତି ଯେ, ଜୟ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ସେହି ବିଦ୍ୟାଳୟରେ ଭୋଜନ ବ୍ୟବସ୍ଥା ଦାୟିତ୍ୱ ନେଇଥିଲେ, କିନ୍ତୁ ସେହି ଦଳର ସି.ଆର.ପି. ଓ ଅଧିକାରୀମାନେ ଭୋଜନର ଗୁଣବତ୍ତା ମାନ ନିମ୍ନ କରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଲୁଛନ୍ତି ବୋଲି ଅଭିଯୋଗ।

ସରକାରୀ ନିୟମ ଅନୁଯାୟୀ, ସପ୍ତାହକୁ ତିନିଦିନ ଅଣ୍ଡା ତରକାରୀ ଓ ତିନିଦିନ ମାଣ୍ଡିଆ ଲଡ଼ୁ ଦିଆଯିବା ଥିଲେ ମଧ୍ୟ, ଅଭିଯୋଗ ହେଉଛି ଯେ ଛାତ୍ରଛାତ୍ରୀମାନେ ସେହି ଖାଦ୍ୟ ଠିକ ଭାବରେ ପାଉନାହାନ୍ତି। ମାଣ୍ଡିଆ ଲଡ଼ୁ ବଦଳରେ ବାଜାରରୁ କିଣିଥିବା ନିମ୍ନ ମାନର ଲଡ଼ୁ ପ୍ରଦାନ ହେଉଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍କୁଲରେ ମୋଟ ୧୪୦ ଜଣ ଛାତ୍ରଛାତ୍ରୀ ଥିଲେ ମଧ୍ୟ, ରୋଷଇ ରେ ଅନିୟମିତତା କରୁଛନ୍ତି।

ଅଧିକାଂଶ ଅଭିଭାବକ ଓ ଗ୍ରାମବାସୀ ଜଣାଇଛନ୍ତି ଯେ, ପିଛଲା ତିନି ବର୍ଷ ଧରି ଏହି ସମସ୍ୟା ଚାଲିଆସୁଛି। ଯେଉଁମାନେ ଏହା ବିଷୟରେ ପ୍ରଶ୍ନ ଉଠାନ୍ତି, ସେମାନଙ୍କୁ ସ୍ୱୟଂ ସହାୟକ ଦଳର ସଭାପତି ଓ ତାଙ୍କ ସ୍ୱାମୀ ଧମକ ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି।

ଏହି ଦଳ ନାମରେ ଟେଣ୍ଡର ଥିଲେ ମଧ୍ୟ, ପରିଚାଳନା କାମ ସଭାପତି ଓ ତାଙ୍କ ସ୍ୱାମୀ ମିଳି କରୁଛନ୍ତି ବୋଲି ଗ୍ରାମବାସୀଙ୍କ ଦାବି। ସେହି ସହିତ, ସ୍କୁଲ ପରିଚାଳନା କମିଟି ର ସଭାପତି ନ ଥିବା ସତ୍ତ୍ୱେ, ପିଛଲା ଛଅ ମାସ ଧରି ଯାବତୀୟ କାଗଜପତ୍ର ଜାଲ ଦସ୍ତଖତ ହେଉଥିବା ଅଭିଯୋଗ ଉଠିଛି।

ଗ୍ରାମବାସୀମାନେ ଦାବି କରିଛନ୍ତି ଯେ ଯଦି ପ୍ରଶାସନ ତ୍ରୁଟିହୀନ ତଦନ୍ତ କରି ଦାୟୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନ ନିଏ, ତେବେ ସେମାନେ ସ୍କୁଲକୁ ତାଲା ପକାଇ ଆନ୍ଦୋଳନରେ ଯିବେ

Related Articles

Back to top button