ମାଁ ମାଣିକେଶ୍ବରୀ ମନ୍ଦିରରୁ ଭବ୍ୟ ମଶାଲ ଶୋଭାଯାତ୍ରା


ଭବାନୀପାଟଣା –କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହର ଅବ୍ୟବହିତ ପୂର୍ବରୁ କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ବରୀଙ୍କ ମନ୍ଦିରରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ବାହାରି ଉତ୍ସବସ୍ଥଳ ଟାଉନହଲକୁ ଯାଇଥିଲା। ମଶାଲ ଉପ କମିଟିର ନୋଡାଲ ଅଧିକାରୀ ତଥା ଜିଲ୍ଲା ଯୋଜନା ଓ ସଂଯୋଜନା ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇଙ୍କ ମାର୍ଗଦର୍ଶନ ତଥା ମଶାଲ ଉପକମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ନେତୃତ୍ୱରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଭବାନୀପାଟଣା ଉପ ଜିଲ୍ଲାପାଳ ପ୍ରଭାତ ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ପାଢ଼ୀ, ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଅକ୍ଷୟ ଦାସ, ସଂସ୍କୃତି ପ୍ରାଣ ଜୟନ୍ତ ବେହେରା, ଶିକ୍ଷାବିତ ଡ. ଅଜୟ ମିଶ୍ର ପ୍ରମୁଖ ଅତିଥି ଭାବେ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମଶାଲ ଉପକମିଟିର ସହ ଆବାହକ ପ୍ରଦୀପ କୁମାର ଦାସ, ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ, ଶାନ୍ତିଭୂଷଣ ପଣ୍ଡା, କ୍ଷୀରସିନ୍ଧୁ ନାଏକ, ସୁଶୀଲ କୁମାର ବାଗ, ଧବଳେଶ୍ଵର ମାଝୀ, ବୃନ୍ଦାବନ ତ୍ରିପାଠୀ, କେଶବ ମାଝୀ, ଉପାସନା ତ୍ରିପାଠୀ, ଟ୍ୱିଙ୍କିଲ ବିଶ୍ୱାଳ, ଭାରତଭୂଷଣ ମହାନ୍ତି, ଶିଶିର ଭରଦ୍ୱାଜ ପ୍ରମୁଖ ମଶାଲ ଶୋଭାଯାତ୍ରାକୁ ପରିଚାଳନାରେ ସହଯୋଗ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




