Breaking News

ଦମାମୁଣ୍ଡା ଠାରେ ଜିଲ୍ଲା ବିଦ୍ୟାଳୟ ସମୂହ ଖୋଖୋ ଯୋଗ ଏବଂ ଦୌଡ କୁଦ ପ୍ରତିଯୋଗୀତା ଉଦଯାପିତ, ଯୋଗଦେଲେ ବିଧାୟକ ଓ ଜିଲ୍ଲାପାଳ

କଣ୍ଟାମାଳ , ୧/୧୧/୨୫:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦମାମୁଣ୍ଡା ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲା ବିଦ୍ୟାଳୟ ସମୂହ ଖୋଖୋ, ଯୋଗ ଏବଂ ଦୌଡ କୁଦ ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ଯୋଗ ଦେଇ ଶିକ୍ଷା ସହ ଯୋଗ ଓ କ୍ରୀଡ଼ାର ଆବଶ୍ୟକତାକୁ ନେଇ କ୍ରୀଡା ପ୍ରତିଯୋଗୀତାରେ ଭାଗନେଇଥିବା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଯୋଗ ଦେଇଥିଲେ | ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବିଭିନ୍ନ ଖେଳ ପ୍ରତିଯୋଗୀତାକୁ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଆନନ୍ଦ କୁମାର ବେହେରା ଓ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକମାନେ ପରିଚାଳନା କରିଥିବା ବେଳେ ଗୁରୁବାର ଅତିଥି ମାନଙ୍କ ଦ୍ବାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button