Breaking News

ବାତ୍ୟାମନ୍ଥାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବି

ତାଳଚେର, ୦୧/୧୧ ବାତ୍ୟା ମନ୍ଥା ପ୍ରଭାବରେ ତାଳଚେରର ବିଭିନ୍ନ ଅଂଚଳରେ ଧାନ ଫସଲ କେଉଁଠାରେ ଉଜୁଡ଼ି ଯାଇଛି ତ ଆଉ କେଉଁଠାରେ କ୍ଷତିଗ୍ରସ୍ତ ହୋଇଛି । ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ଅଂଚଳର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାର ଅଭିଯୋଗ କରି ସରପଂଚ ସହଦେବ ସାହୁ ତାଳଚେର ଉପଜିଲ୍ଳାପାଳଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିବା ସହ କ୍ଷତିଗ୍ରସ୍ତ ହୋଇଥିବା ଧାନଚାଷୀଙ୍କ ଫସଲ ତଦନ୍ତକରି ଉପଯୁକ୍ତ କ୍ଷୟକ୍ଷତି ରିର୍ପୋଟ କରି ଚାଷୀଙ୍କୁ କ୍ଷତିପୂରଣ କରିବାକୁ ସେ ଦାବି କରିଛନ୍ତି । ଏତଦ୍ ସହିତ ଚାଷୀମାନେ ସମବାୟ ଓ ବିଭିନ୍ନ ବ୍ୟାଙ୍କ ସମେତ ବିଭିନ୍ନ ଘରୋଇ ଋଣ କରି ସେମାନଙ୍କ ମୁଣ୍ଡଝାଳ ତୁଣ୍ଡରେ ମାରି ଅଧିକ ଫସଲ ଆମଦାନୀ ଲକ୍ଷ୍ୟରେ ତାଙ୍କର ଏପ୍ରକାର କ୍ଷତି ଭରଣା କିଏ କରିବ ବୋଲି ଚାଷୀଙ୍କ ମହଲରେ ଚିନ୍ତାର କାରଣ ହୋଇଥିବା ବେଳେ ସେ କିପରି ଋଣ ପରିଶୋଧ କରିବେ ତାଙ୍କୁ ନେଇ ଏବେ ଆଶା ଆଶଙ୍କାରେ ଚାଷୀ ।

Related Articles

Back to top button