Breaking News

ତାଳଚେର, ୦୧/୧୧ ମହାନଦୀ କୋଲଫିଲଡ୍ସ ଲିମିଟେଡ଼ ଜଗନ୍ନାଥ କ୍ଷେତ୍ର ଅନନ୍ତ ଡ଼ିଏଭି ପବ୍ଲିକ ସ୍କୁଲ ପରିସରରେ ରାଷ୍ଟିୟ ଏକତା ଦିବସ ମହାସମାରୋହରେ ପାଳିତ ହୋଯାଇଛି । ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଭେନ୍ଦୁ ଶେଖର ବୋଷ ସର୍ଦ୍ଦାର ବହ୍ଲଭଭାଇ ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଏହି ପୂର୍ଣ୍ଣ୍ୟ ଦିବସ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ବୋଷ ବକ୍ତବ୍ୟରେ ସର୍ଦ୍ଦାର ବହ୍ଲଭଭାଇ ପଟେଲଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଛାତ୍ରୀ ଅର୍ପିତା ନାୟକ ଲୌହମାନବଙ୍କ ଜୀବନର କେତେକ ସ୍ମରଣୀୟ ଘଟଣା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ସବନମ ମଲ୍ଲୀକ ମଂଚପରିଚାଳନା କରିଥିବା ବେଳେ ଶିକ୍ଷକ ମାନସରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ଶିକ୍ଷୟତୀ ସବିତା ପଣ୍ଡା କୁଇଜ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରିତା ସାହୁ ରାଷ୍ଟ୍ରର ଏକତାପାଇଁ ଶପଥପାଠ କରିଥିଲେ । କୁଇଜ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରମୀାନଙ୍କୁ ଅଧ୍ୟୟକ୍ଷ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Related Articles

Back to top button