କେନ୍ଦ୍ରାପଡା ଜିଲ୍ଲା ପୋଲିସ ତରଫରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


କେନ୍ଦ୍ରାପଡାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପୈାରପାଳିକା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସଚେତନତା କାର୍ଯ୍ୟକ୍ରମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟ୍ଟାରିଆ ଯୋଗଦେଥିଲେ।ଇଣ୍ଟରନେଟ ପ୍ରୋଭାଇଡର ଗୁଡିକ ୫ଜି ସେବା ଆରମ୍ଭ କରିବା ପରେ ଫୋନପେ, ଗୁଗୁଲପେ,ୟୁପିଆଇ ଭଳି ଅର୍ଥ ଉଠାଣର ସୁବିଧା ସ୍ମାର୍ଟ ଫୋନରେ ବହୁଳମାତ୍ରାରେ ଚାଲିଲା।କିଛି ନବୁଝି ନଭାବି ସନ୍ଦିଗ୍ଧ ଲିଙ୍କ ଓ ଅଜଣା ଆପ୍ ବ୍ୟବହାର କରିବା ସହିତ ନିଜ ମୋବାଇଲକୁ ଆସିଥିବା ଓଟିପି, ପାସୱାର୍ଡ ସହିତ ବ୍ୟାଙ୍କ ଏଟିଏମର ପିନ ପ୍ରଭୃତି ଅଜଣା ଅଚିହ୍ନା ଲୋକଙ୍କୁ ଦେଲେ ଫଳରେ ସାଇବର ଅପରାଧୀମାନେ ଏହାର ସୁଯୋଗ ନେଇ ଲୋକମାନଙ୍କୁ ଲୁଟି ନେଉଛନ୍ତି।ଆଜିର ଦିନରେ କମ୍ପୁ୍ଟର,ଲାପଟପ ଓ ମୋବାଇଲର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ ହୋଇପଡିଥିବା ବେଳେ ଆମକୁ ଅତି ସତର୍କତାର ସହ ଏସବୁର ବ୍ୟବହାର କରିବାକୁ ପଡିବ।ଏଥିସହିତ ସାଇବର ଅପରାଧର ଶୀକାର ହେଲେ ତୁରନ୍ତ ହେଲ୍ପଲାଇନ ନମ୍ବର-୧୯୩୦କୁ ଯୋଗାଯୋଗ କରିବା ସହିତ ସ୍ଥାନୀୟ ଥାନାରେ ଅଭିଯୋଗ କରିବାକୁ ଏସପି ଶ୍ରୀ କଟ୍ଟାରିଆ ପରାମର୍ଶ ଦେଇଛନ୍ତି।ଏହି ଅବସରରେ ଏସପି ସାଇବର ସୁରକ୍ଷା ସଚେତନତା ରଥକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ୱାଳ,କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା,ଡିଏସପି(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ,ଡିଏସପି ସରୋଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧ ସମ୍ପର୍କରେ ବହୁମୁଲ୍ୟ ବକ୍ତବ୍ୟ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ,ମାର୍ଶାଘାଇ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାରେ ୨୮ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )*




