କେନ୍ଦ୍ରାପଡ଼ାରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ଦୌଡ ଅନୁଷ୍ଠିତ


*କେନ୍ଦ୍ରାପଡ଼ା,*
ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ସକାଳେ ଏକତା ଦୌଡ ଅନୁଷ୍ଠିତ ହୋଇଯାଇଛି |ଏକତା ଦୌଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗାରାପୁରରୁ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲା | ନିଜେ ଜିଲ୍ଲାପାଳ ଏକତା ଦୌଡରେ ଗାରାପୁର ପର୍ଯ୍ୟନ୍ତ ସାମିଲ ହୋଇଥିଲେ | ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଆୟୋଜିତ ଏହି ଏକତା ଦୌଡ଼କୁ ଜିଲ୍ଲାପାଳ ରଘୁରାମ ଆର ଆୟର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଏହା ସହିତ ଶପଥ ପାଠ କରାଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ସମେତ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,କ୍ରୀଡା ସଂଘର ଖେଳାଳି ଏବଂ ଅନ୍ୟ ସମସ୍ତ ଵର୍ଗର ଜନସାଧାରଣ ଯୋଗ ଦେଇଥିଲେ |
*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )*




