Breaking News

ନୂଆପଡା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵ ପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ୍ ବୈଠକ ଅନୁଷ୍ଠିତ l

ନୂଆପଡା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵ ପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ୍ ବୈଠକ ଅନୁଷ୍ଠିତ l ରାଜ୍ୟ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଅବୋଲି ସୁନୀଲ ନରବଣେ ଏଵଂ ଅତିରିକ୍ତ ଶାସନ ସଚିବ ପ୍ରମୋଦ ସାହୁ ତାଲିମ୍ ପ୍ରଦାନ କଲେl

(ପରମେଶ୍ୱର ମେହେର)

ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵ ପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ୍ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଠାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧିକାରୀ ମାନଙ୍କୁ ସେମାନଙ୍କ ଗୁରୁଦାୟିତ୍ବ ସମ୍ବନ୍ଧରେ ଅବଗତ କରାଇଥିଲେ l ରାଜ୍ୟ ସ୍ତରୀୟ ତାଲିମ୍ ଦାତା ଭାବରେ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ଅବୋଲି ସୁନୀଲ ନରବଣେ ଏଵଂ ଅତିରିକ୍ତ ଶାସନ ସଚିବ ପ୍ରମୋଦ ସାହୁ ଯୋଗ ଦେଇଥିଲେ l ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ମାଷ୍ଟର ଟ୍ରେନର ମାନଙ୍କୁ ବିଶଦ ଭାବରେ ତାଲିମ୍ ପ୍ରଦାନ କରାଯାଇଥିଲା। ସମ୍ପୂର୍ଣ ରୂପେ ଅବାଧ ଓ ତୃଟିଶୁନ୍ୟ ଗଣତି ପାଇଁ ସମସ୍ତ ବ୍ୟବହାରିକ ଦିଗ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ ହୋଇଥିଲା । ଉଭୟ ତାଲିମ୍ ଦାତା ଅଧିକାରୀମାନଙ୍କୁ ଭୋଟ ଗଣତି ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରିଥିଲେ l ଭୋଟ ଗଣତି କେନ୍ଦ୍ର ନେସନାଲ କଲେଜରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ତଥା ନିରାପତ୍ତା ସମ୍ବନ୍ଧରେ ପଚାରି ବୁଝିଥିଲେ l ଏହା ସହିତ ଉଭୟେ ଅଧିକାରୀ ମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ l ଶ୍ରୀମତୀ ନରବଣେ ସମସ୍ତ ଅଧିକାରୀ ସମର୍ପିତ ଭାବରେ ଦାୟିତ୍ଵ ନିର୍ବାହ କରି କେମିତି ଶୀଘ୍ର ଗଣତି ପ୍ରକ୍ରିୟାକୁ ସମ୍ପନ୍ନକରାଯାଇପାରିବ ସେ ବିଷୟରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ,ପ୍ରଫୁଲ୍ଲ କୁଜୁର୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ୱୋଧର ଧରୁଆ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।

Related Articles

Back to top button