Breaking News

ସିନାପାଲି ବନାଞ୍ଚଳରେ ଜନଚେତନମୂଳକ ଭାବେ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ସିନାପାଲି: ୩୧/୧୦ (ପରମେଶ୍ୱର ମେହେର) ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟ ସୁରକ୍ଷାକୁ ଦୃଢ଼ କରିବାର ନେତୃତ୍ୱ ଦାର୍ଶନିକତାକୁ ସ୍ମରଣ କରିବାର ଉଦ୍ଦେଶ୍ୟରେ ପ୍ରତିବର୍ଷ ଯଥା ଏବର୍ଷ ମଧ୍ୟ ରାଷ୍ଟ୍ରୀୟ ଏକତା ଦିବସ ସିନାପାଲି ବନାଞ୍ଚଳ, ଖଡ଼ିଆଳ ବନଖଣ୍ଡ ତରଫରୁ ବିଶେଷ ଉତ୍ସାହ ଓ ଗମ୍ଭୀରତା ସହ ପାଳନ କରାଗଲା । କାର୍ଯ୍ୟକ୍ରମ ଆରମ୍ଭରେ ଅଂଶଗ୍ରହଣକାରୀ ମାନେ ପର୍ଯ୍ୟାୟକ୍ରମେ ଗଛ ଲଗାଇ ପରିବେଶ ସୁରକ୍ଷାର ସନ୍ଦେଶ ପ୍ରସାର କରିଥିଲେ । ପରେ ସମସ୍ତେ ରାଷ୍ଟ୍ରୀୟ ଏକତା ଶପଥ ଗ୍ରହଣ କରି ଦେଶର ଏକତା ଓ ସାମ୍ପ୍ରଦାୟିକ ସହଯୋଗର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସଙ୍କଳ୍ପବଦ୍ଧ ହେଲେ । ଏହି ଶପଥରେ ସମସ୍ତେ ଦେଶର ସାମାଜିକ, ସାମ୍ପ୍ରଦାୟିକ ଓ ଭୂ-ଏକତାକୁ ଅଟୁଟ ରଖିବା, ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବାକୁ ନିଜକୁ ସମର୍ପିତ କରିବା ଓ ଏକତାର ସନ୍ଦେଶକୁ ପ୍ରତ୍ୟେକ ନାଗରିକ ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରତିଜ୍ଞା ନେଇଥିଲେ ।ଅଧିକାରୀମାନେ ନିଜ ଶପଥରେ ଦେଶର ଏକତା, ଅଖଣ୍ଡତା ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ବଜାୟ ରଖିବା ପାଇଁ ସଂକଳ୍ପ କରିଥିଲେ । ଏହି ଶପଥ ମାଧ୍ୟମରେ ଭାରତୀୟ ଜାତୀୟ ଏକତାର ଦୃଢ଼ ସନ୍ଦେଶ ସମସ୍ତଙ୍କ ମଧ୍ୟରେ ବ୍ୟାପକ ଭାବେ ପ୍ରସାର ହେବାକୁ ଉପସ୍ଥିତମାନେ କହିଲେ । କାର୍ଯ୍ୟକ୍ରମରେ ରେଞ୍ଜ ଅଫିସର କାମେଶ୍ୱର ତାଣ୍ଡି, ଫରେଷ୍ଟର ଚୁଡ଼ାନାଥ ସରାଫ, କନ୍ଦର୍ପ ସୁନାନୀ, ମନୋଜ କୁମାର ବାଘ ସହିତ ସଙ୍ଗ୍ରାମସିଂହ ପ୍ରଧାନ, ଚନ୍ଦନ ମେହେର, ଦେବେଶ୍ୱର ବାରିକ, ଖିରସାଗର ଦଣ୍ଡସେନା ଓ ପାରା ସ୍କ୍ୱାଡ୍ ସଦସ୍ୟମାନେ ସକ୍ରିୟ ଭାବରେ ଯୋଗଦେଇ ପ୍ରସଙ୍ଗକୁ ସଫଳ କରିଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଭାବବିହ୍ବଳ ଭାବରେ ଯୁକ୍ତିଦେଲେ ଯେ, ଏପରି କାର୍ଯ୍ୟକ୍ରମ ଯୁବ ପିଢ଼ୀ ମଧ୍ୟରେ ଜାତୀୟ ଆତ୍ମସମ୍ମାନ, ଦାୟିତ୍ୱବୋଧ ଓ ସହଯୋଗ ମୂଲ୍ୟବୋଧକୁ ମଜବୁତ କରିଥାଏ ।

Related Articles

Back to top button