ବାଣ ବିସ୍ପୋରଣ ଘଟଣା : ମୃତକ ଙ୍କ ପରିବାର ଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ 4 ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ l


ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )—ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ଗ୍ରାମ ରେ ଗତ ସେପ୍ଟେମ୍ବର ମାସରେ ଘଟିଥିବା ବାଣ ବିସ୍ପୋରଣ ଘଟଣା ସାରା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ହୋଇଥିଲା l ଏହି ବିସ୍ପୋରଣ ରେ 10 ରୁ 12ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିଲା l ଫଳରେ ମୃତକ ଙ୍କ ପରିବାର ପୁରା ବେସାହାରା ହୋଇପଡିଥିବା ବେଳେ ପ୍ରଶାସନ ଘଟଣା ସ୍ଥଳ ରେ ପହଁଚି ମୃତକ ଙ୍କ ପରିବାର ଙ୍କୁ ସମବେଦନା ଜଣାଇଥିଲେ l ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଙ୍କ ପକ୍ଷରୁ ମୃତକ ଙ୍କ ସ୍ତ୍ରୀ କୌଶଲ୍ୟା ବେହେରା ଙ୍କୁ 4 ଲକ୍ଷ ଟଙ୍କା ର ସରକାରୀ ସହାୟତା ଘୋଷଣା କରାଯଇଥିଲା l ଦୁର୍ଘଟଣା ର ଆଜକୁ ଏକ ମାସ ପରେ ପ୍ରଶାସନ ପହଞ୍ଚି ଘୋଷଣା ହୋଇଥିବା 4 ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ଏହି ସହାୟତା ରାଶି ପ୍ରଦାନ ସମୟରେ ରେ ହରଭଙ୍ଗା ତହସିଲଦାର ବଳଦେବ ବେହେରା ଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଓ ସରପଞ୍ଚ ଅଶୋକ ସେଠୀ ଉପସ୍ଥିତ ଥିଲେ l ଅନ୍ୟପଟେ ଗ୍ରାମ ର କ୍ଷତିଗ୍ରସ୍ତ ଓ ଆହତ ବ୍ୟକ୍ତି ପରିବାର ଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି l ଅନ୍ୟପଟେ ପୋଲିସ ଓ ପ୍ରଶାସନର ମିଳିତ ଭାବେ ଏପରି ଘଟଣା ଗ୍ରାମ ରେ ପୁନର୍ବାର ପୁଣି ନଘଟିବା ପାଇଁ ଲୋକଙ୍କୁ ସଚେତନତା କରିବା ସହ ବେଆଇନ ବାଣ ଗୋଦାମ ଆଦି କାରବାର କରୁଥିବା ସମ୍ପୃକ୍ତ ବ୍ୟକ୍ତି ଙ୍କ ଉପରେ କଡା ନଜର ରଖିଥିବା ଜଣାପଡିଛି l




