Breaking News

ନିଶା ନିବାରଣ ସଚେତନତା ବାର୍ତ୍ତା ଦେଲେ ମାଝୀଗୁଡା ଗ୍ରାମ ର ଯୁବକ ସଙ୍ଘ ଛାତ୍ରଛାତ୍ରୀ

 

କଳାହାଣ୍ଡି: ଦିନ କୁ ଦିନ ଗ୍ରାମାଞ୍ଚଳରେ ନିଶା ର କୁପ୍ରଭାବ ଯୁବ ଗୋଷ୍ଠି ଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିଶା ଗ୍ରସ୍ତ ହୋଇ ଯୁବଗୋଷ୍ଠୀ ମାନେ ଅନେକ ଅସାମାଜିକ କାର୍ଯ୍ୟକଳାପ ରେ ଲିପ୍ତ ହୋଇ ବିଶୃଙ୍ଖଳା ଦେଖା ଦେଉଛି।ଏହାକୁ ଦମନ କରିବା ପାଇଁ କୋକସରା ବ୍ଲକ ମାଝୀଗୁଡା ଗ୍ରାମର ନେତାଜୀ ଯୁବକ ସଙ୍ଘ ର ଆବାହନ ରେ ଏକ ନିଶା ନିବାରଣ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବକ ସଙ୍ଘ ର ସଭାପତି ଧବଳେଶ୍ବର ନାଗ ଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ମୌଷଧି ବାଗ,ସ୍ଥାନୀୟ ସରପଞ୍ଚ ମାମି ବାଗ, ଯାଦବ ସମାଜ ସଭାପତି ଦ୍ଵାରିକାବାଗ,ସମାଜସେବି ଚିତ୍ରସେନ ନାଏକ, ପଞ୍ଚକ ପୋଢ଼, ପରମେଶ୍ବର ବାଗ ସମେତ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ,ୟୁପି ସ୍କୁଲ ର ଛାତ୍ରଛାତ୍ରୀ, ସମେତ ନେତାଜୀ ଯୁବକ ସଙ୍ଘ ର କର୍ମକର୍ତ୍ତା ଓ ଗ୍ରାମର ସଚେତନ ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଙ୍ଘ ମାନେ ମିଳିତ ଭାବେ ମାଝୀଗୁଡା ଗ୍ରାମ ର ପଡା ପଡ଼ା ବୁଲି ମଦ କୋଠି ବନ୍ଦ କରିବା ସହ ଗାଁ ରେ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ କରିବାକୁ ଗ୍ରାମବାସୀ ଙ୍କୁ ସଚେତନ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button