Breaking News

ନିମ୍ନମାନର ବ୍ରିଜ କାମକୁ ନେଇ ତାତିଲେ ଲୋକେ। ଠିକାଦାର ଚଳାଇଛନ୍ତି ମନମୁଖୀ କାମ

 

 

କଳାହାଣ୍ଡି: ବ୍ରିଜ ନିର୍ମାଣ ରେ ନିମ୍ନମାନର କାମ। ଶ୍ରମିକ ସୁରକ୍ଷା ନାହିଁ, ବିନା ସୂଚନାଫଳକରେ ଚାଲିଛି କାମ। ବିଭାଗୀୟ ଅଧିକାରୀ କର୍ମଚାରୀ ଙ୍କ ଦେଖାନାହିଁ, ଅନିୟମିତତା ଓ ନିମ୍ନମାନର କାମ କୁ ନେଇ ତାତିଲେ ଅଞ୍ଚଳବାସୀ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଭୁର୍ଷାଗୁଡା ମହାଭାରତ ପଡିଆ ନିକଟରେ ଥିବା ଚିରସ୍ରୋତା ନାଲା ଉପରେ ବ୍ରୀଜ ନିର୍ମାଣ ପାଇଁ ଦୀର୍ଘଦିନ ରୁ ଅଞ୍ଚଳବାସୀ ଦାବି କରି ଆସୁଥିଲେ।ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ବ୍ରୀଜ ନିର୍ମାଣ କାର୍ଯ୍ୟ ଅନୁଦାନ ମିଳିଥିଲା। ବିଭାଗ ପକ୍ଷରୁ ବଣ୍ଟି ଅଗ୍ରୱାଲ ନାମକ ଠିକାଦାର ଙ୍କ ଠିକାସଂସ୍ଥା ପୋଲ ନିର୍ମାଣ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ନିମ୍ନମାନର କାମ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କାର୍ଯ୍ୟସ୍ଥଳ ରେ କୌଣସି ସୂଚନା ଫଳକ ମଧ୍ୟ ନାହିଁ, ଏଣୁ କେତେ ଟଙ୍କା ରେ ଏହି ବ୍ରୀଜ ନିର୍ମାଣ ହେଉଛି ତାହା ମଧ୍ୟ ଲୋକେ ଜାଣି ପାରୁନାହାନ୍ତି। ଆଜି କାର୍ଯ୍ୟ ନିର୍ମାଣ ସ୍ଥାନ ରେ ସ୍ଥାନୀୟ ଲୋକମାନେ ପହଞ୍ଚି କାର୍ଯ୍ୟ ତଦାରଖ କରିବା ପରେ ନିମ୍ନମାନର କାମ ହେଉଥିବା ଦେଖିବାକୁ ପାଇଥିଲେ। କାର୍ଯ୍ୟସ୍ଥଳ ରେ କୌଣସି ବିଭାଗୀୟ ଅଧିକାରୀ ତଦାରଖ କରୁନଥିବା ଅଭିଯୋଗ କରିଛନ୍ତି । ଠିକାସଂସ୍ଥା ଦ୍ୱାରା ନିମ୍ନମାନର କାର୍ଯ୍ୟ କୁ ବିରୋଧ କରିବା ସହ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର 

 

Related Articles

Back to top button