ପବିତ୍ର ଗୋଷ୍ଟାଷ୍ଟମୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ


ତା 30.10.25 ଦିନ 11ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣl ଠାରେ ଗୋପୁଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଖଲ୍ଲିକୋଟ ଓ ବେଗୁନିଆପଡା ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ପରିଚାଳନା ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦାନକରିଥିଲେ ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ଶ୍ରୀ ଅଜିତ କୁମାର ମହାପାତ୍ର ଏବଂ ସନ୍ନମାନିତ ଅତିଥି ରୂପେ ଉପସ୍ଥିତ ଥିଲେ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଉପସଭାପତି ଶ୍ରୀମତୀ ବିନୋଦିନୀ ପଟ୍ଟନାୟକ ଗଞ୍ଜାମଜିଲ୍ଲା ବଜରଙ୍ଗଦଳ ସଂଯୋଜକ ଅଜୟ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବି. ହି. ପ ଜିଲ୍ଲା ସହସମ୍ପାଦକ କେଦାରନାଥ ସାହୁ ଓ ଗଞ୍ଜାମ ଜିଲ୍ଲା ସାମାଜିକ ସମରସତା ଶ୍ରୀ ରବି ବେହେରା ଉପସ୍ଥିତ ଥିଲେ କ୍ରାଯ୍ୟକ୍ରମ ପ୍ରାରମ୍ଭରେ ଗୋମାତାଙ୍କୁ ପୂଜା ଏବଂ ଆଳତି ହୋଇଥିଲା ଏହା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଗୋମାତାଙ୍କ ସୁରକ୍ଷା ଏବଂ ହିନ୍ଦୁସମାଜଙ୍କ ଜାଗ୍ରତ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା
କଞ୍ଚଣl ପଂଚାୟତର ସମିତିସଭ୍ୟ ଶ୍ରୀ ଚିତ୍ରସେନ ଘୋଷ,ଭାବଗ୍ରାହୀଭାଇ, ବରିଷ୍ଠକର୍ମୀ ଶ୍ରୀ ନାରାୟଣ ଭୂଆଁ ଯୋଗଦେଇଥିଲେ.ବେଗୁନିଆପଡା ପ୍ରଖଣ୍ଡ ବି. ହି. ପ ସମ୍ପାଦକ ପ୍ରଣବ ଭାଇ, ସମାଜସେବୀ ନାରାୟଣ ଭାଇ, ଦୀପକ ଭାଇ ସମେତ 100 ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଯୋଗଦାନ କରିଥିଲେ




