Breaking News

ଏନଟିପିସି /ଟିଟିପିଏସ୍ ଥର୍ମାଲ ପକ୍ଷରୁ ରାଷ୍ଟିୟ ଏକତା ଦିବସ ପାଳିତ

ତାଳଚେର, ୩୧/୧୦ ଆଜି ତାଳଚେର ଏନଟିପିସି ପକ୍ଷରୁ ଥର୍ମାଲ ପରିସର ମଧ୍ୟରେ ରହିଥିବା ସର୍ଦ୍ଦାର ବହ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତି ନିକଟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ ହୋଇଛି । ଉପସ୍ଥିତ ଥିବା ସମସ୍ତ ଅତିଥି ସର୍ବପ୍ରଥମେ ସର୍ଦ୍ଦାର ବହ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏକଜୁକ୍ୟୁଟିଭ ଡ଼ାଇରେକ୍ଟର ବିଜୟ ଚାନ୍ଦ, ଜିଏମ ପ୍ରୋଜେକ୍ଟ ଜେପି ରାଏ, ଜିଏମ ମେକାନିକାଲ ଇରେକସନ୍ ରୋହିତ କୁମାର, ଏଜିଏମ(ଏଚଆର) ରୋହିତ କୁମାର ଏବଂ ଏନଟିପିସି ଟିଟିପିଏସର ସମସ୍ତ ଅଧିକାରୀ, ପଦାଧିକାରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସର୍ଦ୍ଦାର ବହ୍ଲଭ ଭାଇ ପଟେଲ ଜଣେ ଲୌହମାନବ ଭାବରେ ଭାରତରେ ପରିଚିତ ହୋଇ ସେ ଭାରତ ପାଇଁ ଭୌରବ ଆଣି ଦେଇଥିଲେ । ଏବଂ ଗୋଟିଏ ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିବା ପ୍ରୟାସ ଅନ୍ୟତମ ବୋଲି ଡ଼ାଇରେକ୍ଟର ଶ୍ରୀ ଚାନ୍ଦ ଏହ ପ୍ରକାଶ କରିଥିଲେ । ସମଗ୍ର ଭାରତବର୍ଷରେ ଏକତା ଓ ଅଖଣ୍ଡତା ବଜାୟ ରଖିବାନେଇ ସେ ଯେଉଁଭଳି ଗୁରୁତ୍ୱ ଦେଇ ଆସୁଥିଲେ ତାହା ସମସ୍ତଙ୍କ ପାଇଁ ଆଜି ପ୍ରେରଣା ବୋଲି ଉପସ୍ଥିତ ଥିବା ସମସ୍ତ ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Related Articles

Back to top button