Breaking News
ଘଣ୍ଟାପଡ଼ା ଓ କଣ୍ଟାମାଳ ପୋଲିସ ପକ୍ଷରୁ ରାଷ୍ଟ୍ରିୟ ଏକତା ଦିବସରେ ଗଣଦୌଡ଼


କଣ୍ଟାମାଳ,୩୧/୧୦/୨୫(ପ୍ରଭାତ କୁମାର ସାହୁ) ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଓ କଣ୍ଟାମାଳ ଥାନା ପକ୍ଷରୁ ଗଣଦୌଡ଼ କରାଯାଇଥିଲା । ଘଣ୍ଟାପଡ଼ା ଥାନା ପକ୍ଷରୁ ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ଓ ଏସ୍ଆଇ ବିଶ୍ଵାମିତ୍ର ଲୋଇଙ୍କ ନେତୃତ୍ଵରେ ଶୁକ୍ରବାର ସକାଳୁ ବିଭିନ୍ନ ଅନୁଷ୍ଠାନର ସଚେତକ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବୃଦ୍ଧିଜିବୀ , ସ୍କୁଲଛାତ୍ରମାନଙ୍କ ସହିତ ପୋଲିସ ଜବାନଙ୍କ ସହ ଥାନା ପରିସରରୁ ବାହାରି ବଜାର ଛକ ଦେଇ ଡାକ୍ତରଖାନା ପର୍ଯ୍ୟନ୍ତ ଗଣ ଦୌଡ ହୋଇଥିଲା। ସେହିପରି କଣ୍ଟାମାଳ ଥାନା ପକ୍ଷରୁ ଥାନାଧିକାରୀ ରଞ୍ଜିତ ମୁନୀଙ୍କ ନେତୃତ୍ଵରେ ଗଣଦୌଡ ଏକତାପାଇଁ ବିଭିନ୍ନ ଅନୁଷ୍ଠାନର ସଚେତକଙ୍କୁ ନେଇ ଗଣଦୌଡ଼ ଥାନା ପରିସରରୁ ବାହାରି ହାଟପଦା ଦେଇ ବ୍ଳକ୍ ଛକ୍ ପର୍ଯ୍ୟନ୍ତ ହୋଇଥିଲା।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




