ହରଭଙ୍ଗା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025.. … କାର୍ଯ୍ୟକ୍ରମ ନେଇ ପ୍ରଶଂସା ସାଉଁଟିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ……


ବୌଦ୍ଧ (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶିଶୁ ମହୋତ୍ସବ ସୁରଭି 2025 ଶୁକ୍ରବାର ଦିନ ପୁରୁଣାକଟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି lଉତ୍ସବ ରେ ମୁଖ୍ୟ ଆତିଥୀ ଭାବରେ ପୁରୁଣାକଟ ସରପଞ୍ଚ ଅଶୋକ କୁମାର ସେଠି ମଞ୍ଚ, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ସହ ଶିକ୍ଷ ଅଧିକାରୀ ଭୁବନେଶ୍ୱର ସେଠି, କାର୍ତ୍ତିକେଶ୍ୱର ନାୟକ, ବିସିକେଶନ ବେହେରା ଅନ୍ୟ ତମ ଅତିଥିଭାବରେ ପୁରୁଣା କଟକ ସରକାରୀ ଉଚ୍ଚ ପଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମୀରା ରାଣୀ ଭୂୟାଁ ପ୍ରମୁଖ ମଞ୍ଚା ସିନ ଥିବା ବେଳେ ସତ୍ୟ ନାରାୟଣ ସାହୁ, ହରମୋହନ ଦାନୟକ ଓ ନବକିଶୋର ଦୀପପ୍ରମୁଖ ମଞ୍ଚ ପରିଚାରଳନା କରିଥିଲେ ଶେଷରେ ଅର୍ଜୁନ କଂହର ଧନ୍ୟବାଦ ଜଣାଇଥିଲେ l ପରେ ଦଳଗତ ସାଂସ୍କୃତିକ ନୃତ୍ୟ , କବିତା, ବକୃତା, ବିତର୍କ, ପ୍ରବନ୍ଧ ଲିଖନ, କୁଇଜ, ସୃଜନଶିଳ ଲିଖନ, ସୃତ ଲିଖନ, ପି ଏମ ପୋଷଣ ଚିତ୍ର ଶିଳ୍ପ, ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ର ଉଦଯାପନୀ ସନ୍ଧ୍ୟା ରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ଙ୍କ ଅଧକ୍ଷତରେ ଉକ୍ତ ଉତ୍ସବ ରେ ମୁଖ୍ୟ ଆତିଥୀଭାବେ ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ହରଭଙ୍ଗା ତହସିଲଦାର ବଳଦେବ ବେହରା, ବି ଇ ଓ କଣ୍ଟାମାଳ ଅଶୋଭାରଞ୍ଜନ ମାଳି, ଉପେନ୍ଦ୍ର କୁମାର ପ୍ରଧାନ ବି ଇ ଓ ବୌଦ୍ଧ, ଭୁବେନେଶ୍ୱର ସେଠି ଏ ବି ଇ ଓ, କାର୍ତ୍ତିକେଶ୍ୱେର ନାୟକ, ବିସିକେଶନ ବେହେରା, ଏ ଡ଼ି ଇ ଓ ଚୂଡ଼ାମଣି ବାରିକ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ପ୍ରମୁଖ ମଂଚାସୀନ ଥିଲେ l ମଂଚାସୀନ ଅଥିତି ଙ୍କୁ ପୁଷ୍ପ ଗୁଚ୍ଛ ସହିତ ଉପ ଢୌକନ ଦେଇ ସମ୍ପର୍ଦ୍ଧିତ କରାଯାଇ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଭାଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସତ୍ୟ ନାରାୟଣ ସାହୁ, ହରମୋହନ ଦାନୟକ ଓ ନବକିଶୋର ଦୀପପ୍ରମୁଖ ମଞ୍ଚ ପରିଚାରଳନା କରିଥିଲେ ଶେଷରେ ଅର୍ଜୁନ କଂହର ଧନ୍ୟବାଦ ଜଣାଇଥିଲେ.। ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ପ୍ରତି କ୍ଳଷ୍ଟର ରୁ ପ୍ରତିଯୋଗିତା କରି ଉତୀର୍ଣ୍ଣ ଛାତ୍ର ଛାତ୍ରୀ ବ୍ଲକ ସ୍ତରର ସୁରଭି ପାତିଯୋଗୀତାରେ କୃତିତ୍ୱ ହୋଇ ଥିବା ଓ ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିବା ପ୍ରତିଯୋଗୀ ଙ୍କୁ ମାନପତ୍ର ସହିତ ଟ୍ରଫି ଦେଇ ଉତ୍ସାହିତ କରାଯାଇଥିଲା l ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଭୂମିକା ଉକ୍ତ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ସୁଚାରୁ ପରିଚାଳନା ନେଇ ମୁଖ୍ୟ ଅତିଥି ଓ ଜିଲ୍ଲା ଶିକ୍ଷା ଅଧିକାରୀ ସାଧୁବାଦ ଜଣାଇଥିଲେ l
ସାଂସ୍କୁତ୍ତିକ କାର୍ଯ୍ୟକ୍ରମ ରେ କରଞ୍ଜ କଟା ୟୁ ଜି ଏଚ ଏସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଦ୍ୱିତୀୟ ସରସରା ଜି ୟୁ ପି ଏସ, ତୃତୀୟ ସ୍ଥାନ ଅଧିକାର କରିଥିଲା ଛତ୍ରଙ୍ଗ ଜି ୟୁ ପି ଏସ l




