କଣ୍ଟାମାଳରେ ବ୍ଳକ ସ୍ତରୀୟ କୃଷିଜାତ ଦ୍ରବ୍ୟର ବଜାର ସଂଯୋଗିକରଣ କର୍ମଶାଳା


କଣ୍ଟାମାଳ,୩୧/୧୦/୨୫:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଶୁକ୍ରବାର ଦିନ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ସ୍ବେଛାସେବୀ ଅନୁଷ୍ଠାନ ୱାଇ ସି ଡ଼ି ଏ ଓ ପ୍ରଦାନ ଭୁବନେଶ୍ୱର ର ମିଳିତ ଉଦ୍ୟମରେ ବ୍ଲକ ସ୍ତରୀୟ ଉତ୍ପାଦିତ ଦ୍ରବ୍ୟର ବଜାର ସଂଯୋଗୀ କରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ରୂପେ କଣ୍ଟାମାଳ ସିଡିପିଓ ଶ୍ରୀମତୀ ପଙ୍କଜିନୀ ମିଶ୍ର,ସମ୍ମାନିତ ଅତିଥି ରୂପେ ସହ ବ୍ଲକ କୃଷି ଅଧିକାରୀ ଚାନ୍ଦିନୀ ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ର ର କୃଷି ବିଶେଷଜ୍ଞ ଡ଼କ୍ଟର ମୟୂରୀ ସିଂ ସର୍ଦ୍ଦାର, କଣ୍ଟାମାଳ ଡକ୍ଟର ସିଦ୍ଧାର୍ଥ ପାଣିଗ୍ରାହୀ ଭି.ଏ.ଏସ. , ଏଭିଏସ ଡକ୍ଟର ଯତୀନ କୁମାର ସାହୁଙ୍କ ସହ ମଛୟ ବିଶେଷଜ୍ଞ ପରେଶ ପ୍ରଧାନ, ପ୍ରଦାନ ବଲାଙ୍ଗିର ର ଜିଲ୍ଲା ସଂଯୋଜକ ଗୋପାଳ କୃଷ୍ଣ ପଟେଲ ଏବଂ ୱାଇ ସି ଡ଼ି ଏ କଣ୍ଟାମାଳ ର ପ୍ରୋଗ୍ରାମ ମ୍ୟାନେଜର ପୂର୍ଣଚନ୍ଦ୍ର ଖଟୁଆ ପ୍ରମୁଖ ଯୋଗଦେଇ ବ୍ୟବସାୟିକ ନେଟୱର୍କିଙ୍ଗ, ବ୍ୟବସାୟିକ ସଂଯୋଗୀ କରଣ, ବିହନ ଚୟନ, ଉଦ୍ୟାନ କୃଷି ଉତ୍ପାଦନ ର ଚୟନ, ଉତ୍ପାଦନ, ବର୍ଗୀକରଣ, ଜୈବିକ କୃଷି ପଦ୍ଧତି ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ ଉତ୍ପାଦକ ଗୋଷ୍ଠୀ ସଦସ୍ୟା, ମହିଳା ଚାଷି, କୃଷ୍ଣ ଉଦ୍ୟୋଗୀ, ବାଣିଜ୍ୟକାରି ଆଦି ଉପସ୍ଥିତ ଥିଲେ ଉକ୍ତ କାର୍ଯ୍ୟକ୍ରମ କୁ ୱାଇ ସି ଡ଼ି ଏ କଣ୍ଟାମାଳ ର ସୌମ୍ୟରଞ୍ଜନ ବିଶ୍ୱାଳ, ତୋଫାନ ମେହେର, ମାଖୁନୁ ସାଣ୍ଢ, ଅକ୍ଷୟ କଲତା, ସୁଶାନ୍ତ ରଣା, ସର୍ବେଶ୍ୱର ରଣା, ରୋହିତ ମାଲିକ, ଦାଶରଥି ମାଝି, ପ୍ରଭାସ ପ୍ରଧାନ, ରାଜେନ୍ଦ୍ର ସେଠି, ଭୁବନ ବାଘ, ବିଜୟ ମୋଟାଲୀ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




