Breaking News

ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗର ବ୍ଲକ ସ୍ତରୀୟ ମେଳା ର ଆୟୋଜନ !!

ତିର୍ତ୍ତୋଲ ::-ପାରିବାରିକ ପ୍ରତିପୋଷଣ ପାଇଁ ଆବଶ୍ୟକ ଆର୍ଥିକ ପରିସ୍ଥିତି କୁ ସୁଧାରିବା ପାଇଁ ରାଜ୍ୟ ସରକାର ଅନେକ ସ୍ୱାବଲମ୍ବନଶୀଳ ଯୋଜନା ପ୍ରଣୟନ କରିଛନ୍ତି ! ଯେମିତିକି ମାଛ ଚାଷ, ବତକ ପାଳନ, କୁକୁଡ଼ା ପାଳନ, କାମଧେନୁ ଯୋଜନାରେ ଗାଈ ପାଳନ,ଘୁଷୁରୀ ପାଳନ, ଛେଳି ପାଳନ, ଘାସ ଚାଷ ଆଦି ଆର୍ଥିକ ଲାଭବାନ ଯୋଜନା ଯାହା ଦ୍ୱାରା ହିତାଧିକାରୀ ରୋଜଗାରକ୍ଷମ ହୋଇ ପାରିଛି ! ଏମିତି ସୁଯୋଗ ହିତାଧିକାରୀ ମାନଙ୍କ ବେରୋଜଗାରୀ କୁ ଦୂର କରିବାରେ ସହାୟକ ଭୂମିକା ନେଇଛି ଯେ ତାର ସଫଳତା ଦେଖିବାକୁ ମିଳିଛି ତିର୍ତ୍ତୋଲର ବ୍ଲକ ସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ଆୟୋଜିତ ମେଳା ରେ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର,ତିର୍ତ୍ତୋଲ ବ୍ଲକ ପରିସରରେ ଏକ ସଫଳ ଚାଷୀ ମାନଙ୍କ ବ୍ଲକ ସ୍ତରୀୟ ମେଳା ଆୟୋଜନ ହୋଇଥିଲା ! ଏହି ସମାବେଶ ରେ ବ୍ଲକ ର ୨୯ ଗୋଟି ପଞ୍ଚାୟତ ର ମାଛ ଓ ପ୍ରାଣୀ ସମ୍ପଦ ବିଭାଗ ର ଶତାଧିକ ଚାଷୀ ମାନେ ଏକତ୍ରିତ ହୋଇଥିଲେ ! ଏହି ମେଳା ଉତ୍ସବ ରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଥିଲେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ମନ୍ତ୍ରୀଙ୍କ ପ୍ରତିନିଧି ଉପେନ୍ଦ୍ର ମହାନ୍ତି, ଏମପିଙ୍କ ଜିଲ୍ଲା ପ୍ରତିନିଧି ବିବେକାନନ୍ଦ ହୋତା, ତିର୍ତ୍ତୋଲ ବିଡ଼ିଓ ଗିରିଜା ପ୍ରସାଦ ମଲ୍ଲିକ, ଜଗତସିଂହପୁର ଜିଲ୍ଲା ସିଡିପିଓ, ଜିଲ୍ଲା ପରିଷଦ ରଞ୍ଜିତା ସିଂହ !ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମେଳା ଉଦଘାଟନ ପରେ,ମନୋଜ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭା କୁ ପରିଚାଳନା କରିଥିଲେ ତିର୍ତ୍ତୋଲ ବ୍ଲକ ପ୍ରାଣୀ ସମ୍ପଦ ଅଧିକାରିଣୀ !ରାଜ୍ୟ ସରକାର ଙ୍କ ଯୋଜନାକୁ କେତେଜଣ ଚାଷୀ ସଫଳତାର ସହିତ ଲାଭବାନ ହୋଇଛନ୍ତି ତାର ବିବରଣୀ ପ୍ରଦାନ କରିଵା ସହିତ ଯୋଗ୍ୟ ଓ ସଫଳ ଚାଷୀ ମାନଙ୍କୁ ସରକାରଙ୍କ ତରଫରୁ ଏକ ହଜାର ଟଙ୍କା ସହିତ ଟ୍ରଫି, ପୁଷ୍ପ ଗୁଚ୍ଛ, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆ ଯାଇଥିବାର ଦେଖିବାକୁ ମିଳିଥିଲା ! ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ହେବ ବୋଲି ଏମପିଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିବେକାନନ୍ଦ ହୋତା ଘୋଷଣା କରିଥିଲେ ଏବଂ ଆହୁରି କହିଥିଲେ ଯେ ପଞ୍ଚାୟତ ସ୍ତରୀୟ ବାସ୍ତବ ହିତାଧିକାରୀ ଚୟନ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାମିଲ କଲେ ଚୟନ ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ ରହି ପାରିବ ! ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଣୀ ସମ୍ପଦ ବିଭାଗ ର ସହ ଅଧିକାରୀ !!

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button