Breaking News
ଆରପିଆଇ ଦଳ ତରଫରୁ ବୈଠକ


ତାଳଚେର, ୩୦/୧୦ ଆଜି ତାଳଚେର ହାଟତୋଟା ସ୍ଥିତ ପଂଚାୟତ ସଭାଗୃହ ଠାରେ ଆରପିଆଇ ଦଳପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସେଖ ଅବଦୁଲ ୱାଲି, ରୁଚିର ପଟ୍ଟନାୟକ, ପ୍ରଦୀପ କୁମାର ପାଣି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ପ୍ରଦୀପ ଶତପଥୀ ସୂଚାରୂପେ ତୁଲାଇବା ସହ ତାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆରପିଆଇ ଦଳପକ୍ଷରୁ ନୂତନଭାବେ ତାଳଚେର ଉପସଭାପତି ଭାବେ ବାଦଲ କୁମାର ବେହେରାଙ୍କୁ ଦାୟୀତ୍ୱ ନିସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ଦଳପକ୍ଷରୁ ସମ୍ମାନୀତ କରାଯାଇଥିଲା । କରୁଣାକର ବାଇ ମଂଚ ସଂଚାଳନ କରିଥିବା ବେଳେ ସମାଜସେବୀ ବାପି ମହାନ୍ତି ଓ ଯୋଗଗୁରୁ ବିନୋଦ ଲାଲ ସମାଜସେବୀ ସୌଭାଗିନୀ ଦେବୀ ଯୋଗଦେଇ ତାଳଚେରର ବହୁବିଧ ସମସ୍ୟା ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ତାଳଚେର ଅଂଚଳରେ କିପରି ସୁଧାର ଅଣାଯାଇ ପାରିବ ତା ଉପରେ ଉପସ୍ଥିତ ଥିବା ଅତିଥିମାନେ ମତ ପୋଷଣ କରିଥିଲେ ।




