Breaking News

ନୂଆପଡା ଉପନିର୍ବାଚନ ପାଇଁ ଇଭି ଏମ୍, ଭି ଭି ପାଟ କମିସନିଂ ଶେଷ , ହୋମ୍ ଭୋଟିଂ ଆରମ୍ଭ l

ହୋମ୍ ଭୋଟିଂ ରେ ୨୫୧ ମତଦାତା ଭୋଟ ଦେବେ,୧୫ ପୋଲିଂ ଟିମ୍ ନିୟୋଜିତ , ଏହା ସମ୍ପୂର୍ଣ୍ଣ ପାରଦର୍ଶୀ ହିସାବରେ ହେବ, କେହି ଜଣେ ବି ଭୋଟର୍ ମତଦାନ ସୁଯୋଗରୁ ବଞ୍ଚିତ ହେବେନାହିଁ – ଜିଲ୍ଲାପାଳ l
ନୂଆପଡା, ତା ୩୦/୧୦
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ୩୫୮ ଟି ବୁଥ ପାଇଁ ଭୋଟିଂ ମେସିନ ଓ ଭି ଭି ପାଟ ର କମିସନିଂ ଶେଷ ହୋଇଛି l ସ୍ଥାନୀୟ ନେସନାଲ କଲେଜ ରେ ଏଥିପାଇଁ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା l ଏହା ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ଏହାପରେ ଆଜିଠାରୁ ହୋମ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି l ଏଥିପାଇଁ ୧୫ ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି l ପ୍ରତି ଦଳରେ ଦୁଇ ଜଣ ପୋଲିଂ ଅଫିସର୍, ଜଣେ ମାଇକ୍ରୋ ନିରୀକ୍ଷକ , ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି l
୮୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ୨୫୧ ଜଣ ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଏହି ଭୋଟ ଦେବେ l ୩୦ ଅକ୍ଟୋବର ରୁ ୨ ନଭେମ୍ବର ଭିତରେ ଏହି ହୋମ୍ ଭୋଟିଂ ହେବ l ସ୍ୱଚ୍ଛତା ପାଇଁ ଏହି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ୍ ପ୍ରକାଶ କରିଛନ୍ତି l ଏହି ସୁବିଧାରୁ କେହି ଜଣେ ବି ଯୋଗ୍ୟ ମତଦାତା ଯେମିତି ବଞ୍ଚିତ ନ ହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Related Articles

Back to top button