Breaking News

ଜିଲ୍ଲା ସ୍ତରୀୟ କୃଷକ ଉତ୍ପାଦକ ସଂଗଠନଙ୍କର ତାଲିମ ଶିବିର ଅନୁଷ୍ଠିତ l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ)
ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ଆୟୋଜନ କ୍ରମେ ଜିଲ୍ଲା ସଦର ମହକୁମା ଜିଲ୍ଲା ଜଳଛାୟା ମିଶନ ତାଲିମ ଗୃହ ଠାରେ ଜିଲ୍ଲାର ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ନିର୍ଦ୍ଦେଶକ, ସଦସ୍ୟ, ସଦସ୍ୟା ଓ ସିଇଓ ମାନଙ୍କୁ ନେଇ ଦିନିକିଆ ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ତପନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରାମା ରାଓ ପାଲୋ ଯୋଗଦେଇ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଉପରେ କେମିତି ଲାଭବାନ ହୋଇ ପାରିବେ କହିଥିଲେ l ଏହି ଅବସରରେ ଜିଲ୍ଲା ମିଶନ ଶକ୍ତି ସଂଯୋଜକ ଜ୍ୟୋତିରଞ୍ଜନ ସେଠି, ଜିଏମ ଡ଼ିଆଇସି ଯୋଗେଶ୍ୱର ବିଶୋଇ, ପିଆଜ ଗବେଷଣା କେନ୍ଦ୍ରର ରଂଜିତ କୁମାର ଦାଶ,ଉଦ୍ୟାନ ବିଭାଗ ତରଫରୁ ବ୍ଲକ ଉଦ୍ୟାନ ଅଧିକାରୀ ପୂଜା ବାରିକ ଯୋଗଦେଇ ଉଦ୍ୟାନ କୃଷି ଉପରେ ସରକାରୀ ଯୋଜନାରେ ସହଯୋଗ କେମିତି ପାଇ ପାରିବେ କହିଥିଲେ l କୃଷି ବିଭାଗ ତରଫରୁ କୃଷି ଅଧିକାରୀ ବୈଜୟନ୍ତୀ ପ୍ରଧାନ,ମତ୍ସ୍ୟ ବିଭାଗ ତରଫରୁ ଭାରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ, ଜିଲ୍ଲା ଜଳଛାୟା ମିଶନରୁ ଦୀପକ ମହାପାତ୍ର, ନିୟନ୍ତ୍ରିତ ବଜାର କମିଟିରୁ ଅମରନାଥ ପ୍ରଧାନ ଓ ବିଘ୍ନଜିତ ମହାକୁଡ଼ ଯୋଗଦେଇ ବିଭିନ୍ନ ବିଭାଗ ତରଫରୁ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ l ବିଭିନ୍ନ ଆଲୋଚନାରେ ଗନ୍ଧରାଢ଼ି ଏଫପିଓରୁ ଆସମାନ ମହାକୁଡ଼, ଗଡ଼ଜାତରୁ ସୀତାକାନ୍ତ ସାହୁ ଓ ଜ୍ୟୋତିରଞ୍ଜନ ପ୍ରଧାନ, ସାଲୁଙ୍କିରୁ କୃତ୍ତିବାସ ପଲିଆ, ପଲ୍ଲୀ ବିକାଶରୁ ରାଜକିଶୋର ଅଗ୍ରୱାଲ ଓ ଜୟନ୍ତ ମାହାର, ନୀଳକଣ୍ଠେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ରୁ ସବ୍ୟସାଚୀ କର୍ଣ୍ଣ, ମାଟିମାରୁ ଶମ୍ଭୁ ମୁଣ୍ଡା ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ l ପ୍ରସ୍ତାବ ପ୍ରକାରେ ବୈଜ୍ଞାନିକ -କୃଷକ ବାର୍ତ୍ତାଳାପ, ନୂତନ ଜ୍ଞାନ କୌଶଳ, ପ୍ରଯୁକ୍ତି ବିଦ୍ୟା ସମ୍ବଦ୍ଧରେ ଆଲୋଚନା କରିଥିଲେ, ବ୍ୟବସାୟ ଯୋଜନା ପ୍ରସ୍ତୁତି, ସାମୂହିତ ଉତ୍ପାଦକ, ନୂତନ ବଜାର ରଣନୀତି, ରାଜ୍ୟ ଭିତରେ ତଥା ବାହାରେ ସୃଷ୍ଟି କରି ଅଧିକ ଲାଭବାନ ହେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ଆଜିର କାର୍ଯ୍ୟକ୍ରମ ଆୟୋଜନରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସମାପିକା ଦଳେଇ ଓ ଡ ମୟୂରୀ ସିଂ ସର୍ଦାର, କର୍ମଚାରୀ ତ୍ରିନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ସମାପିକା ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ

Related Articles

Back to top button