Breaking News

ହରଭଙ୍ଗା ବ୍ଲକ ଗସ୍ତରେ ଜିଲ୍ଲାପାଳ, ପରିଦର୍ଶନ କଲେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଉନ୍ନୟନ ପ୍ରକଳ୍ପ l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ)
ଗୁରୁବାର ଦିନ ଅପରାହ୍ନ ରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକକୁ ଅଚାନକ ଗସ୍ତରେ ଯାଇ ବିଭିନ୍ନ ଅନୁଷ୍ଠାନ ସହିତ ଉନ୍ନୟନ ପ୍ରକଳ୍ପର ପରିଦର୍ଶନ କରିଛନ୍ତି | ଜିଲ୍ଲାପାଳ ଶ୍ରୀ ନାୟକ ଆଜି ଦିନ 10 ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ଗସ୍ତରେ ଯାଇ ସାତଖଂଡ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ | ହିଞ୍ଜଳ ଓ ଦିଗସିରା ଗ୍ରାମକୁ ଯାଇ ଗ୍ରାମ ରାସ୍ତାର ଅବସ୍ଥା ବିଷୟରେ ଅନୁଧ୍ୟାନ କରିଥିଲେ | ସେହିପରି ହରଭଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ ତିଲେଶ୍ବର୍, ତାକୁଡ୍ ଅଙ୍ଗନବାଡି କେନ୍ଦ୍ର ଓ ଶ୍ୟାମ ସୁନ୍ଦରପୁର ଠାରୁ ତିଲେଶ୍ବର୍ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣାଧୀନ ରାସ୍ତା ପରିଦର୍ଶନ କରିଥିଲେ | ପରିଦର୍ଶନ ସମୟରେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l

Related Articles

Back to top button