ଅବସର କାଳୀନ ସମ୍ବର୍ଦ୍ଦନା ସଭାରେ ଦୀର୍ଘ ୩୨ ବର୍ଷର ସେବା ଏକ ଐତିହାସିକ ମାଇଲେଜ !!


ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟା ଅବଧୂତ ମହାବିଦ୍ୟାଳୟ,କନିମୂଳର ବାୟୋଲୋଜି ବିଭାଗରେ ଡେମୋନଷ୍ଟ୍ରେଟର ପଦବୀ ରେ ଦୀର୍ଘ ୩୨ ବର୍ଷ ସେବା ପ୍ରଦାନ କରି ଶ୍ରୀ ଜ୍ଞାନ ରଂଜନ ପାତ୍ର ସରକାରୀ ନିୟମ ଅନୁସାରେ ସେବା ନିବୃତ ହୋଇଛନ୍ତି। ଏହି ଅବସରରେ କଲେଜ ର ଏକାଡେମୀକ ବର୍ଷାର ପୁଷ୍ପକ କୁମାର କରଶର୍ମା ଙ୍କ ସଭାପତିତ୍ବରେ ଆୟୋଜିତ ଅବସର କାଳୀନ ସମ୍ବର୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ କଲେଜ ର ଅଧ୍ୟକ୍ଷ ଡକ୍ଟର ବିବେକା ନନ୍ଦ ସିଂହ ଯୋଗ ଦେଇଥିଲେ। ବରିଷ୍ଟ ଡେମୋନଷ୍ଟ୍ରେଟର ବିକାଶ ଚନ୍ଦ୍ର ମହାନ୍ତି ମାନପତ୍ର ପାଠ କରିବା ପରେ ଅଧ୍ୟକ୍ଷ ଡକ୍ଟର ସିଂହ ଶ୍ରୀ ଜ୍ଞାନ ରଂଜନ ପାତ୍ର ଙ୍କୁ ଉତ୍ତରୀୟ, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିବା ପୂର୍ବକ ସମ୍ବର୍ଧନା କରିବା ସହିତ ନିଃସ୍ୱାର୍ଥପର ନୀତି ନିଷ୍ଠ ସେବା ହିଁ ପ୍ରକୃତରେ ରାଷ୍ଟ୍ର ର ସେବା ବୋଲି ମତପୋଷଣ କରିଥିଲେ। ସମ୍ବର୍ଧନା ର ଉତ୍ତର ରେ ଶ୍ରୀ ଜ୍ଞାନ ରଂଜନ ପାତ୍ର ତାଙ୍କର ଦୀର୍ଘ ୩୨ ବର୍ଷର ସେବା ଜୀବନ ଓ ମହାବିଦ୍ୟାଳୟ ର ବିକାଶରେ ନିଜ ର କର୍ତ୍ତବ୍ୟ ସମ୍ପାଦନ ବିଷୟରେ ଉଲ୍ଲେଖ କରିବା ସହିତ ରିକ୍ତ ହସ୍ତରେ ଅର୍ଥାତ୍ ବିନା ସାମାଜିକ ନିରାପତ୍ତା ଓ ପେନସନ ରେ ବିଦାୟ ନେବା ପ୍ରକାଶ କରିବା ସହିତ ସମସ୍ତ କର୍ମଚାରୀ ଓ ମହାବିଦ୍ୟାଳୟ ର ଶୁଭ କାମନା କରିଥିଲେ। କଲେଜ ର ଷ୍ଟାଫ କାଉନସିଲର ସଂପାଦକ ଅଧ୍ୟାପକ ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶ୍ରୀ ପାତ୍ରଙ୍କ ନିର୍ଭିକତା ବିଷୟରେ ଆଲୋକପାତ କରିଥିଲେ। ପ୍ରଶାସନିକ ଅଧିକାରୀ ଅଧ୍ୟାପିକା ଦୀପାଳୀ ମହାପାତ୍ର ଶ୍ରୀ ପାତ୍ର ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସମୟାନୁବର୍ତ୍ତିତା ଉପରେ ଆଲୋକପାତ ଥିଲେ। ଏକାଉଣ୍ଟ୍ ବର୍ଷାର ପ୍ରଶାନ୍ତ କୁମାର ସାହୁ ବିଜ୍ଞାନ ବିଭାଗର ବିକାଶ ଓ କଲେଜର ଗଠନ ମୂଳକ କାର୍ଯ୍ୟରେ ଶ୍ରୀଯୁକ୍ତ ପାତ୍ରଙ୍କ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ସାରଦା ପ୍ରସନ୍ନ ସ୍ୱାଇଁ ଶ୍ରୀଯୁକ୍ତ ପାତ୍ର ସର୍ବଦା କଲେଜ ର ସାମଗ୍ରିକ ବିକାଶୋନ୍ମୁଖୀ ଯୋଜନା ରେ ନିୟୋଜିତ ହୋଇଥାନ୍ତି ବୋଲି କହି ଥିଲେ। ରସାୟନ ବିଜ୍ଞାନ ବିଭାଗର ର ବରିଷ୍ଟ ଡେମୋନଷ୍ଟ୍ରେଟର ରମାକାନ୍ତ ଲେଙ୍କା ଶ୍ରୀଯୁକ୍ତ ପାତ୍ରଙ୍କ ଦିଗଦର୍ଶନ ତାଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ଅଧ୍ୟାପିକା ଆସ୍ପୃହା ଶୁଭ ଲକ୍ଷ୍ମୀ, ସେବା ନିପୂଣତା ପାଇଁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଇଂରାଜୀ ଅଧ୍ୟାପିକା ଦୀପ୍ତି ମୟୀ ବେହେରା କିପରି ପ୍ରତ୍ୟେକ କାର୍ଯ୍ୟ ରେ ସହୋଯୋଗ ଓ ଅଭିଭାବକ ପରି ଶ୍ରୀଯୁକ୍ତ ପାତ୍ର କାର୍ଯ୍ୟ ନିର୍ବାହ କରୁଥିଲେ ପ୍ରକାଶ କରିଥିଲେ।ଅଧ୍ୟାପକ ପିଣ୍ଟୁ ଚରଣ ବେହେରା,ସଙ୍କଟ ସମୟରେ କିପରି ସହାୟତା ଯୋଗାଇ ଦେଉଥିଲେ ପ୍ରକାଶ କରିଥିଲେ। ଅଧ୍ୟାପିକା ସାଗରୀକା ଦାସ, କିପରି ମହାବିଦ୍ୟାଳୟ ର ଆବଶ୍ୟକତା କୁ ପୁରଣ କରିବା ପାଇଁ ଚେଷ୍ଟା କରିବା ସହିତ ତାଙ୍କ ପରି କର୍ମଚାରୀ ଙ୍କୁ ଉସ୍ରାହିତ କରୁଥିଲେ ପ୍ରକାଶ କରିଥିଲେ। ଅଧ୍ୟାପକ ନିତେଶ କୁମାର ସ୍ବାଇଁ, ଗଛ ଲଗାଇବା ପାଇଁ ବ୍ୟାକୁଳତା ବିଷୟରେ ଉଲ୍ଲେଖ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ଖୁଲଣା ସ୍ୱାଇଁ, ଶ୍ରୀ ବିଜୟ କୁମାର ଦାଶ, ଶ୍ରୀ ଦିଲ୍ଲିପ କୁମାର ସ୍ବାଇଁ, ଶ୍ରୀ ନୃସିଂହ ଚରଣ ରାଉତ, ଶ୍ରୀ ନିତ୍ୟାନନ୍ଦ ରାଉତ,ଶ୍ରୀ ରବିନ୍ଦ୍ର କୁମାର ନାଏକ, ଶ୍ରୀମତୀ ଶର୍ମିଷ୍ଠା ମହାପାତ୍ର, ଶ୍ରୀ ଲୋକନାଥ ରଣା, ଶ୍ରୀ ଅନିରୁଦ୍ଧ ସାହୁ, ଶ୍ରୀ ନୃସିଂହ ସାହୁ, ଶ୍ରୀ ପ୍ରମୋଦ କୁମାର ରାଉତ, ଶ୍ରୀମତୀ ମାଳତୀ ସାହୁ ଓ ଶ୍ରୀ ଗୋଲେଖ ଚନ୍ଦ୍ର ମଲ୍ଲିକ ପ୍ରମୁଖ କଲେଜ ର କର୍ମଚାରୀ ଶ୍ରୀ ଜ୍ଞାନ ରଂଜନ ପାତ୍ର ଙ୍କ ସର୍ବବିଧ ମଙ୍ଗଳ କାମନା କରିଥିଲେ। ସଭାପତିଙ୍କ ଅଭିଭାଷଣ ରେ ଅଧ୍ୟାପକ ପୁଷ୍ପକ କୁମାର କରଶର୍ମା ଶ୍ରୀଯୁକ୍ତ ପାତ୍ରଙ୍କୁ, ଜଣେ ଅନୁଷ୍ଠାନ ଓ ପ୍ରକୃତି ପ୍ରେମୀ ବୋଲି କହିଥିଲେ।ବାସ୍ତବରେ ଜଣେ କର୍ମଠ ନିସ୍ଵାର୍ଥପର ସରଳସ୍ଵଭାବ ବିଶିଷ୍ଟ ଅଧ୍ୟାପକ ଙ୍କୁ ଏହି କଲେଜର ପରିବାର ଅନେକ ମନେପକେଇବ ବୋଲି ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ଏବଂ କଲେଜ କର୍ମଚାରୀ ମାନେ ଭାବବିହ୍ୱଳ ହୋଇ ମତ ପୋଷଣ କରିଥିବାର ଦେଖିବାକୁ ମିଳିଥିଲା !ଶେଷରେ ପଦାର୍ଥ ବିଜ୍ଞାନର ଡେମୋନଷ୍ଟ୍ରେଟର ବିକାଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ !!
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ସମାଚାର !!




