Breaking News
ଲଣ୍ଡନପଡ଼ାରେ ଜଙ୍ଗଲ ସୁରକ୍ଷା ସଚେତନତା


କଣ୍ଟାମାଳ:-୩୦।୧୦।୨୫(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡନପଡା ଗ୍ରାମରେ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି lକଣ୍ଟାମାଳ ଜଙ୍ଗଲ ରେଞ୍ଜ ବିଭାଗ ପକ୍ଷରୁ ନାରାୟଣପ୍ରସାଦ ବନପାଳ ବରୁଣ ମୁଖୀ ଯୋଗଦେଇ ଜଙ୍ଗଲ ଓ ପରିବେଶ ସହ ଜୀବଜଗତ ଉପରେ ବକ୍ତବ୍ୟ ରଖି ଜଙ୍ଗଲ ହେଉଛି ମଣିଷର ପ୍ରକୃତ ବନ୍ଧୁ, ଜଙ୍ଗଲ ନଥିଲେ ଜୀବ ଜଗତ ବଞ୍ଚିବା ଅସମ୍ଭବ, ତେଣୁ ଜଙ୍ଗଲକୁ ନଷ୍ଟ ନକରି ତାର ସୁରକ୍ଷା ନେବା ଆମ ସଭିଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ ଏବଂ ପରିବେଶକୁ ସନ୍ତୁଳିତ ରଖୁଥିବା ବୃକ୍ଷ ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗଛର ଆବଶ୍ୟକତା ଉପରେ ବୁଝାଇଥିଲେ। ସଭାରେ ଅନ୍ୟାନ୍ୟ ବନ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




