Breaking News
କଂଗ୍ରେସ କାର୍ଯ୍ୟାଳୟରେ ପଶିଲା ପୋଲିସ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ବିଜେପି ଯାହା କରୁଛି ଠିକ୍ କରୁନି


ନୂଆପଡ଼ା ଉପନିର୍ବାଚନକୁ ନେଇ ସ୍ଥାନୀୟ ଖୁଣ୍ଟିଆ ଭବନରେ କଂଗ୍ରେସ ପକ୍ଷରୁ କାର୍ଯ୍ୟାଳୟ ଖୋଲାଯାଇଛି। ବୁଧବାର ପୂର୍ବାହ୍ନରେ ଏହି କାର୍ଯ୍ୟାଳୟରେ ଦଳ ପକ୍ଷରୁ ଖବରଦାତା ସମ୍ମିଳନୀ ଚାଲିଥିଲା। ଏହି ସମୟରେ କଂଗ୍ରେସ ପକ୍ଷରୁ ଟଙ୍କା ବଣ୍ଟାଯାଉଛି ବୋଲି ଖବର ପାଇ ପୋଲିସ କାର୍ଯ୍ୟାଳୟ ଭିତରକୁ ପଶିଥିଲା। ସେ ସମୟରେ କଂଗ୍ରେସ ମୁଖପାତ୍ର ଓ ଅନ୍ୟ କର୍ମକର୍ତ୍ତା ପୋଲିସକୁ ପ୍ରଶ୍ନ କରିଥିଲେ। ଏଠାରେ ଖବରଦାତା ସମ୍ମିଳନୀ ଚାଲିଛି, ଆପଣ କାହିଁକି ଆସିଲେ ବୋଲି ପଚାରିଥିଲେ। ପୋଲିସ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଟଙ୍କା ବଣ୍ଟାଯାଉଛି ବୋଲି ଅଭିଯୋଗ ପାଇ ତଦନୁରେ ଆସିଥୂଲୁ ବୋଲି କହିଥ୍ଲା । ଏହାକୁ ନେଇ କାର୍ଯ୍ୟାଳୟ ବାହାରେ ପୋଲିସ ଓ ଦଳୀୟ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ପୋଲିସ କାର୍ଯ୍ୟାଳୟ ଛାଡି ଚାଲିଯାଇଥିଲା।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ




