Breaking News

ନୂଆପଡା ଉପନିର୍ବାଚନ: ବେଆଇନ ଟଙ୍କା ଓ ଦ୍ରବ୍ୟ ଚାଲାଣକୁ ରୋକିବା ପାଇଁ ପ୍ରଶାସନର ବ୍ୟାପକ ତଲାସୀ ଅଭିଯାନ ରେ ୧ କୋଟି ୮୯ ଲକ୍ଷ ୬୬ ହଜାର ଟଙ୍କାର ମୂଲ୍ୟବାନ ସାମଗ୍ରୀ ଜବତ

ନୂଆପଡା, ପରମେଶ୍ୱର ମେହେର: ଆସନ୍ତା ନୂଆପଡା ବିଧାନସଭା ଉପନିର୍ବାଚନକୁ ସ୍ବଚ୍ଛ, ନିର୍ଭୟ ଓ ପାରଦର୍ଶୀ ଭାବରେ କରିବାକୁ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ବିଭିନ୍ନ ବିଭାଗର ସମନ୍ୱିତ ଟିମ୍ମାନେ ବିସ୍ତୃତ ତଲାସୀ ଅଭିଯାନ ଚଲାଉଛନ୍ତି । ଅକ୍ଟୋବର ୨୭ ରେ ସମାପ୍ତ ସଂଗ୍ରହ ଅନୁସାରେ ବେଆଇନ ମଦ, ମାଦକଦ୍ରବ୍ୟ, ନଗଦ ଓ ସାମଗ୍ରୀ ଭାରସାଙ୍ଗରେ ଜବତ ହୋଇଛି । ଅବକାରୀ ବିଭାଗ ଦ୍ୱାରା ୬୯ ଲିଟର ବିଅର୍, ୩୮ ଲିଟର ବିଦେଶୀ ମଦ, ୪୬୬୫ ଲି ହାତରନ୍ଧା ମଦ, ୧୧୨୬ ଲି ବାହାର ଭାଟି ମଦ, ୨୬ କେଜି ଗଞ୍ଜେଇ, ୧୪.୫ ଲି କଫ୍ ସିରାପ ଏବଂ ୧,୧୧,୩୫୦ କେଜି ମହୁଲ ପୋଚ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୭୯,୫୨,୬୪୨ ଟଙ୍କା ଅଟେ। ଏହା ସହିତ ୫ଟି ବାଇକ୍ ଓ ୧ଟି ଚାରିଚକିଆ ଯାନ ଜବତ କରାଯାଇଛି । ଏପର୍ଯ୍ୟନ୍ତ ମୋଟ ୧୫୧ ଅବକାରୀ ମାମଲା ରୁଜୁ ହୋଇଥିବା ସହ ୯୦ ଜଣକୁ ଗିରଫ କରିବାର ସୂଚନା ମିଳିଛି । ସେହିପରି, ଆୟକର ବିଭାଗ — ୯୦ ଲକ୍ଷ ଟଙ୍କା ଜବତ କରିଛନ୍ତି, ବ୍ୟବସାୟିକ କର ଓ ଜିଏସଟି ବିଭାଗ — ୧୨,୦୦୦ ଟଙ୍କା ଜବତ ଓ ଆଦାୟ କରିଛନ୍ତି, ପୋଲିସ ବିଭାଗ — ୧୪୮୦ ଲି ହାତରନ୍ଧା ମଦ, ୨୩ କେଜି ଗଞ୍ଜେଇ ଓ ମିଶିତ ୮.୬୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଥିବାବେଳେ ସର୍ଭେଲାନ୍ସ ଟିମ୍ — ୯,୩୭,୫୦୦ ଟଙ୍କା ଜବତ କରିଛନ୍ତି ଏବଂ ଫ୍ଲାଇଂ ସ୍କ୍ୱାଡ୍ — ୨ ଲକ୍ଷ ଟଙ୍କା ଜବତ କରିଛନ୍ତି । ଏହା ମାଧ୍ୟମରେ ଏପର୍ଯ୍ୟନ୍ତ ମୋଟ ୧ କୋଟି ୮୯ ଲକ୍ଷ ୬୬ ହଜାର ୯ ଟଙ୍କାର ବେଆଇନ ସାମଗ୍ରୀ ଓ ନଗଦ ଜବତ ହୋଇଛି, ଯାହା ଏକ ରେକର୍ଡ ସଂଖ୍ୟା ବୋଲି ପ୍ରଶାସନ ଦାବି କରିଛି ।ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ପଷ୍ଟ କରିଛନ୍ତି ଯେ,

“ନିର୍ବାଚନ ସମୟରେ ବେଆଇନ ଟଙ୍କା, ମଦ ଓ ମାଦକ ଚାଲାଣକୁ କୌଣସି ପରିସ୍ଥିତିରେ ସହ ଦିଆଯିବ ନାହିଁ । ସମସ୍ତ ଯାଞ୍ଚ ଟିମ୍ ଙ୍କୁ ୨୪ ଘଣ୍ଟା ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button