Breaking News

ନୂଆପଡା ଉପନିର୍ବାଚନ: ରାଜନୀତି ସରଗରମ, ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ବିଜେଡିରେ ଯୋଗ

 

ଭୁବନେଶ୍ୱର/ନୂଆପଡ଼ା, 30/10 (ପରମେଶ୍ୱର ମେହେର): ନୂଆପଡା ବିଧାନସଭା ଉପନିର୍ବାଚନର ରାଜନୈତିକ ତାପ ଦିନକୁ ଦିନ ବଢ଼ୁଛି । ମଙ୍ଗଳବାର ବିଜେପି ପାଇଁ ଏକ ବଡ଼ ଆଘାତ ହେଲାଣି, ଏହି ଅଞ୍ଚଳର ପ୍ରଭାବଶାଳୀ ନେତା ଓ ବିଜେପିର ପୂର୍ବତନ ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ବିଜୁ ଜନତା ଦଳରେ ଯୋଗଦେଲେ । ତାଙ୍କ ସହିତ ସରପଞ୍ଚ ସଂଘର ସାଧାରଣ ସମ୍ପାଦକ ଓ ପୂର୍ବତନ ଜିଲ୍ଲା ଉପସଭାପତି ଟେକରାମ ସାହୁ ଓ ପୂର୍ବତନ ନଗର ସଭାପତି ଉମେଶ ସହିଷ ମଧ୍ୟ ବିଜେଡିରେ ଯୋଗଦେଲେ । ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସକ୍ଷାତ କରି, ପରେ ଶଙ୍ଖଭବନରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଲେ । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟଶଙ୍କର ମିଶ୍ର ଯୋଗଦେଇଥିବା କର୍ମକର୍ତ୍ତା ମାନଙ୍କୁ ଦଳକୁ ସ୍ୱାଗତ କରିଲେ ।

ଦଳକୁ ସ୍ୱାଗତ କରିବା ସମୟରେ ଶ୍ରୀ ମିଶ୍ର କହିଲେ, ହରିଶ୍ଚନ୍ଦ୍ର ପଣ୍ଡା ନୂଆପଡାରେ ଜଣେ ଦୃଢ଼ ସଂଗଠକ । ଏହି ତ୍ରିଜନଙ୍କ ଯୋଗଦାନ ବିଜେଡିକୁ ଆଗାମୀ ଉପନିର୍ବାଚନରେ ଅଧିକ ଶକ୍ତିଶାଳୀ ଓ ସଂଗଠିତ କରିବ । ସେ ଅଧିକ କହିଥିଲେ ଯେ,

“ନୂଆପଡାରେ ବିଜୁ ପଟ୍ଟନାୟକଙ୍କ ଶାସନକାଳରୁ ଅନେକ ବିକାଶମୂଳକ ଯୋଜନା ହୋଇଛି, ଯାହାର ପ୍ରଭାବ ଆଜି ମଧ୍ୟ ଲୋକମାନେ ସ୍ମରଣ କରୁଛନ୍ତି ।

ଗତ ୧୬ ମାସରେ ବିଜେପି ସରକାର ଜନତାଙ୍କ ଆଶା ତୃପ୍ତି କରିପାରିନାହାନ୍ତି । ଏହି କାରଣରୁ ଉପନିର୍ବାଚନରେ ବିଜେଡି ବହୁ ଭୋଟର ବିଜୟୀ ହେବ । ଏଠାରେ ଯୋଗଦେବା ପରେ ହରିଶ୍ଚନ୍ଦ୍ର ପଣ୍ଡା କହିଲେ, ବିଜେପି ଦଳ ଆମ ଦଳର ପତ୍ର କାଟି, ବାହାରୁ ଆଣିଥିବା ପ୍ରାର୍ଥୀକୁ ଦେଇଛି । ଆମ କର୍ମୀମାନଙ୍କୁ ଅପମାନ କରାଯାଇଛି । ଶୁଣାଯାଉଛି ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭା ପଦ ଓ ତାଙ୍କ ପୁତ୍ରଙ୍କୁ ନିଗମ ପଦ ଦେବା ପାଇଁ ବିଜେପି ଆନ୍ତରିକ ଡିଲ୍ କରିଛି । ବିଜେପି ଆଦର୍ଶର କଥା କହିଥାଏ, କିନ୍ତୁ କାମ କରେ ସମ୍ପର୍କ ଓ ପଦବୀ ଆଦାନ-ପ୍ରଦାନ ।ସେ ପୁଣି କହିଛନ୍ତି ଯେ ଆଗାମୀ ସପ୍ତାହ ମଧ୍ୟରେ ନୂଆପଡାର ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେବେ । ନୂଆପଡା ଉପନିର୍ବାଚନରେ ଏହି ଯୋଗଦାନ ବିଜେଡି ପାଇଁ ବଡ଼ ରାଜନୈତିକ ଏଡଭାଣ୍ଟେଜ୍ ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button