ହରଭଙ୍ଗା ପଂଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ l


ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ପଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି l ଦୁର୍ନୀତି ନିବାରଣ ବିଭାଗ, ବୌଦ୍ଧ ସlଖା ର ଉପ ଆରକ୍ଷୀ ଅଧିକ୍ଷକ ଜଗବନ୍ଧୁ ଅଙ୍କରିଆଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟପ୍ରିୟ ସାହୁ
, ହରଭଙ୍ଗା ଆଇ.ଆଇ.ସି ବାଲ୍ମୀକି ପ୍ରଧାନ, ହରଭଙ୍ଗା ମହାବିଦ୍ୟାଳୟ ର ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ବିବେକାନନ୍ଦ ପାଟ୍ଟଜୋଶୀ, ସହକାରୀ ଶିକ୍ଷକ, ନୋଡାଲ ଉଚ୍ଚ ବିଦ୍ୟାଳୟ, ହରଭଙ୍ଗା ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇଥିଲେ | ଶିକ୍ଷା ହିଁ ସଚେତନ ର ମୁଖ୍ୟ ମାଧ୍ୟମ, ନିଜ ନିଜ କର୍ତବ୍ୟ ପ୍ରତି ସଚେତନ ହେବା, ନାଗରିକ ର ଅଧିକାର ଓ ତାର କର୍ତବ୍ୟ, ଶିକ୍ଷା ସହ ନିଜ ମାନସିକତାର ପରିବର୍ତ୍ତନ,ଦୁର୍ନୀତି କୁ ନିଜ ମନରୁ ଦୁରେଇ ରଖିବା ଏବଂ ଦୃଢ଼ ସ୍ୱରରେ ତାର ପ୍ରତିବାଦ କରିବା, ମାଆ ମାନଙ୍କ ମlଧ୍ୟମ ରେ ଏହି ବାର୍ତ୍ତା ର ପ୍ରଚାର, ପ୍ରସାର ପାଇଁ ଅତିଥି ମାନମତବ୍ୟକ୍ତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ପ୍ରଧାନ, ରାଜସ୍ବ ନିରୀକ୍ଷକ ପଙ୍କଜ କଁହର, ଆକାଉଣ୍ଟାଣ୍ଟ ନବୀନ କୁମାର ପ୍ରଧାନ, ଯୋଗlଣ ବିଭାଗ ର କର୍ମଚାରୀ ପ୍ରମୋଦ କୁମାର ପ୍ରଧାନ, ସମାଜସେବୀ ପ୍ରକାଶ ବେହେରା, ବାବୁଲାଲ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଶିକ୍ଷlନୁଷ୍ଠାନ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସି ଆର ପି, ଏମ. ବି. କେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇ ନିଜ ମତାମତ ରଖିଥିଲେ | ଏହି କାର୍ଯ୍ୟକ୍ରମ ରେ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ ଏହି ସଚେତନତା ସପ୍ତାହ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିୟାର ସିଂହ ସମସ୍ତ ଙ୍କୁ ସଚେତନତା ର ଶପଥ ପାଠ କରାଇବା ସହ ଧନ୍ୟବାଦ ଜ୍ଞlପନ କରିଥିଲେ l ଆସନ୍ତାକାଲି ଏହି ସଚେତନତା କାର୍ଯ୍ୟକ୍ରମ କଣ୍ଟାମlଲ ବ୍ଲକ ର ଋଣ୍ଡିମହୁଲ ଠାରେ ଅନୁଷ୍ଠିତ ହେବ l




