Breaking News
ଚଳନା ଠାରେ ଗୋଷ୍ଠା ଅଷ୍ଟମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ


ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତିବନ୍ଧା ଗ୍ରାମପଞ୍ଚାୟତ ସ୍ଥିତ ଚଲନା ଗ୍ରାମ ଠାରେ ବିଶ୍ଵ କର୍ତ୍ତା ଶ୍ରୀକୃଷ୍ଣ ପୂଜା ଙ୍କ ଆୟୋଜିତ ଗୋଷ୍ଠା ଅଷ୍ଟମୀ ପୂଜାପାଳନ ଅବସରରେ ଆଜି ଭବ୍ୟ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଶୋଭା ଯାତ୍ରା ରେ ବାହାରି ନିକଟସ୍ଥ ଗାଁ ବନ୍ଧ ରେ ପହଞ୍ଚି ଥିଲେ। ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚନା କରି ପୁର୍ଣ କଳସରେ ପବିତ୍ର ଜଳ ଆଣି ପୂଜା ମଣ୍ଡପ ଠାରେ ସ୍ଥାପନ କରିଥିଲେ। ଏହି ଗୋଷ୍ଟା ଅଷ୍ଟମୀ ପୂଜା ର କର୍ତ୍ତା ଭାବରେ ହରିହର ବାଗ ଓ ତାଙ୍କ ସହଧର୍ମିଣୀ ସାବିତ୍ରୀ ବାଗ ଦାୟିତ୍ୱ ନେଇଥିବା ବେଳେ ପୂଜକ ଈଶ୍ୱର ପଣ୍ଡା ଓ ଅରବିନ୍ଦ ଠାକୁର ଦାୟିତ୍ୱ ନେଇଥିବା ବେଳେ ଏହି ପୂଜା ୨୮/୧୦/୨୫ ରୁ ଆରମ୍ଭ ହୋଇ ୩୧/୨୦/୨୫ ଦିନ ପୂର୍ଣ୍ଣାହୁତି ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି | ଏହି ଗୋଷ୍ଟା ଅଷ୍ଟମୀ ପୂଜାରେ ଗ୍ରାମର ସମସ୍ତେ ସହଯୋଗ କରୁଛନ୍ତି |




