Breaking News

ଧାନ ବିଲ ନଷ୍ଟ କଲେ ହାତୀପଲ ଦୁଇଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ।  

 

ବାଳକୃଷ୍ଣ କହଁର ଙ୍କ ରିପୋର୍ଟ 

 

ଫୁଲବାଣୀ ୨୮/୧୦-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣପାଦ ପଞ୍ଚାୟତ ବରଡାଖୋଲ ରେ ହାତୀ ନଷ୍ଟ କଲେ ଧାନ ବିଲ ବିଭାଗୀୟ ଅଧିକାରୀ ସାଜିଛନ୍ତି ନିରବଦ୍ରଷ୍ଟା । ସୂଚନା ପ୍ରକାରେ ବରଡାଖୋଲ ର କୁଟିସାହି ଗ୍ରାମର ଲୋକନାଥ ପ୍ରଧାନ, କୀର୍ତ୍ତି ପ୍ରଧାନ ଓ ମିଲୁ ପ୍ରଧାନ ଙ୍କ ଧାନ ବିଲ ରାତିରେ କିଛି ହାତୀ ଆସି ବିଲ ଗୁଡ଼ିକ ଖାଇବା ସହିତ ମାଡି ଦଳିଚକଟି ନଷ୍ଟ କରି ଦେଇଛନ୍ତି । ଏ ବିଷୟରେ ଚକାପାଦ ବନବିଭାଗ ଅଧିକାରୀ ଙ୍କୁ ଜଣାଇ ଦୁଇଦିନ ବିତିଯାଇଥିଲେ ସୁଧା ବିଭାଗୀୟ ଅଧିକାରୀ ତଦାରଖକରି ଆସିନ ଥିବା କହିଛନ୍ତି ଚାଷୀମାନେ । ତେଣୁ ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ହାତୀପଲ ଘଉଡାଇବା ସହିତ ନଷ୍ଟ ହୋଇ ଥିବା ଚାଷ ବିଲ ହିତାଧିକାରୀ ମାନଙ୍କୁ ସରକାର ପକ୍ଷରୁ ସହଯୋଗ ରାଶି ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

Related Articles

Back to top button