କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।


କଣ୍ଟାମାଳ, ୨୮।୧୦।୨୫:.( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ପରିସରରେ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ କଣ୍ଟାମାଳ ପଞ୍ଚାୟତ ସମିତି ଆନୁକୁଲ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | କଣ୍ଟାମାଳ ବିଡ଼ିଓ ସାମ୍ମୀ ଜୟ ଶ୍ରୀରେଡ୍ଡିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୋନ ୨ର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକଭାବେ ଶିବିରକୁ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କିଶାନ, ରୁଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ସମାଜସେବୀ ଅନିଲ ପ୍ରଧାନ, ପ୍ରୋଗ୍ରାମ ଆସିଷ୍ଟାଣ୍ଡ ନିରୋଜ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଶିବିର ପରିଦର୍ଶନ କରିଥିଲେ l ବିଏସ୍ଏସ୍ଓ ସୂର୍ଯ୍ୟନାରାୟଣ ଦାସ ପରିଚାଳନା କରିଥିବା ସ୍ଥଳେ ବିଭିନ୍ନ ପଞ୍ଚାୟତର କାର୍ଯନିର୍ବାହୀ ଅଧିକାରୀ,ଅଙ୍ଗନୱାଡି କର୍ମୀ ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ୧୦ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର,୩୬ଜଣଙ୍କୁ ବସପାସ ଓ ଅନେକଙ୍କୁ ପ୍ରମାଣପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ପୂର୍ବରୁ ଅନଲାଇନରେ ଆବେଦନ କରିଥିବା କଣ୍ଟାମାଳ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଭିନ୍ନକ୍ଷମ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ପୁନର୍ବାର ପଂଜିକରଣ କରିବା ସହ ସହାୟତା ଉପକରଣ ପାଇଁ ଆବେଦନ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




