ବିରାଟ କଳସ ଶୋଭାଯାତ୍ରା ରୁ ଆରମ୍ଭ ହେଲା କଲରାକୋଠାର ୩୭ତମ କାଳୀପୂଜା


କଣ୍ଟାମାଳ,୨୦/୧୦/୨୦୨୫ : ସମର୍ଥ ସମାଚାର (ପ୍ରଭାତ କୁମାରସାହି) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଲରାକୋଠାର ୟୁଥ ଫ୍ରେଣ୍ଡସ ଆସୋସିଏସନ ପକ୍ଷରୁ ସୋମବାର ଏକ ଭବ୍ୟ କଳସ ଶୋଭାଯାତ୍ରା ସହ ଆରମ୍ଭ ହୋଇଛି ୩୭ତମ ମାଁ ଶ୍ୟାମା କାଳୀପୂଜା l ଏନେଇ ମହିଳାମାନଙ୍କ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ ମହିଳା ଓ ଯୁବତୀମାନେ ଜଳ ପୂର୍ଣ୍ଣ କଳସ ଆଣି ମାଁ କାଳୀଙ୍କ ପୂଜା ମଣ୍ଡପରେ ସ୍ଥାପନା କରିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏକ ବର୍ଣ୍ଣାଢ୍ୟ ପରିବେଶରେ କଳସ ଧରି ସମସ୍ତେ ମା ଙ୍କ ମନ୍ଦିରରୁ ବାହାରି କଣ୍ଟାମାଳ ରାଜରାସ୍ତାରେ ଢୋଲ, ନlମସଂକୀର୍ତ୍ତନ୍ୟ ଦଳ, ଘଣ୍ଟ ଘଣ୍ଟୁଆଳ, ଛଉ ନୃତ୍ୟ,କଟପ୍ପା ଦଳ ସହ କଲରାକୋଠା ଠାରୁ ଶୋଭାଯାତ୍ରା ରେ ଆସି ଖଲିଆପାଲି ପୋଖରିରୁ କଳସରେ ଜଳଧରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l ଘଣ୍ଟ ଘଣ୍ଟୁଆଳ ଓ ଢୋଲ, ଦୂଲଦୁଲି,ହୁଳହୁଳି ଶବ୍ଦରେ ରାଜରାସ୍ତା ମୁଖରିତ ହୋଇ ଉଠିଥିଲା l ଏହି ବିରାଟ ଓ ଭବ୍ୟ ଶୋଭାଯାତ୍ରା ଦେଖିବାପାଇଁ ରାଜରାସ୍ତା ଉଭୟ ପାର୍ଶ୍ୱରେ ଜନସମାଗମ ହୋଇଥିଲା l ସେହିପରି ସନ୍ଧ୍ୟାରେ ପୂଜା ମଣ୍ଡପରେ ମା’ଙ୍କ ପୂଜାରମ୍ଭ ହୋଇଛି l କାଳୀପୂଜା ଉପଲକ୍ଷେ ଆୟୋଜିତ ମହିଷାଶୁର ଦରବାର ର ଆରମ୍ଭ ହେବାସହ ସନ୍ଧ୍ୟାରେ ମହିଷାଶୁର ରାଜଦାରବାରରେ ମହିଷାଶୁର ନାଟକ ସହ ରଙ୍ଗସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମିନାବଜାର ରେ ବହୁ ସଂଖ୍ୟାରେ ଦୋକାନ ବଜାର, ସହ ଇଲେକ୍ଟ୍ରି ଦୋଳି, ମିନିଟ୍ରେନ, ଓ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଦୋକାନଗୁଡିକରେ ଜନସମାଗମ ଦେଖିବାକୁ ମିଳିଥିଲା l କମିଟି ସଭାପତି ପ୍ରଫୁଲ୍ଲ କୁମାର ସାହୁ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଣା ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




