Breaking News
ରେଳ ଠିକାସଂସ୍ଥା GRIL ର ଶ୍ରମିକ ମୃତ


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ମୃତକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟ ସିଦ୍ଧି ଜିଲ୍ଲା ଖୁଚିପୁର ଗ୍ରାମର ରାଜ ପ୍ରସାଦ ଶର୍ମା । ମୃତ ର କାରଣ ଅସ୍ପଷ୍ଟ । ମୃତକ ଙ୍କୁ ପୁରୁଣାକଟକ ଚିକିତ୍ସାକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ବୌଦ୍ଧା ଜିଲ୍ଲାର ଦେଇ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଦ୍ରୁତଗତି ରେ ନିର୍ମାଣ ଚାଲିଛି । ରେଳପଥ ନିର୍ମାଣ କରୁଥିବା ଠିକାସଂସ୍ଥା ଗୁଡିକ ଶ୍ରମିକ ସୁରକ୍ଷା ନିୟମ କୁ ମାନୁ ନାହାଁନ୍ତି । ଯାହାଫଳରେ ବାଜି ରେ ଲାଗୁଛି ଶ୍ରମିକ ଙ୍କ ଜୀବନ । କେତେବେଳେ ଉଚ୍ଚ ବ୍ରିଜ ରେ ବିନା ସୁରକ୍ଷାକବଚ ରେ କାର୍ଯ୍ୟ କରୁଛନ୍ତି ତ ଆଉ କେଉଁଠି ଶ୍ରମିକଙ୍କ ଜୀବନ ବଳି ପଡୁଛି । ଏବେ ସେହି ଭଳି ଘଟଣା ବୋୖଦ୍ଧ ଆଡେଣିଗାଡ଼ ଠାରେ ନିର୍ମାଣ ଚାଲିଥିବା ୪ନମ୍ବର ଟ୍ରନେଲ ରେ ଦେଖିବାକୁ ମିଳିଛି । ଆଜି ହଠାତ GRIL ଠିକାସଂସ୍ଥାର ଜଣେ ଶ୍ରମିକ ଙ୍କ ଜୀବନ ଚାଲିଯାଇଛି । ମୃତୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




