ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ନାରାୟଣ ପ୍ରସାଦ ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବ ମନୋନୀତ ହୋଇଥିବା ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀମତି ବିନ୍ଧ୍ୟlବିନୀ ସାହୁଙ୍କୁ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l ଉକ୍ତ ଅବସରରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହ କଂଗ୍ରେସ କର୍ମୀ ମାନେ ଶ୍ରୀମତୀ ସାହୁଙ୍କୁ ସହର ପରିକ୍ରମା କରାଇ ଟାଉନ ହଲକୁ ପାଛୋଟି ଆଣି ସମ୍ବର୍ଦ୍ଧିତ କରିଥିଲେ | ଜିଲ୍ଲା ସଭାପତି ଶ୍ରୀମତି ବିନ୍ଧ୍ୟlବିନୀ ସାହୁଙ୍କ ସମେତ ପ୍ରଦେଶ କଂଗ୍ରେସ କମିଟି ପର୍ଯବେକ୍ଷକ ଆକବର ଖାନ, ରଂଜିତ ଦାସ, ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସତ୍ୟଭାମା ମେହେର, ଘଣ୍ଟାପଡା ସରପଞ୍ଚ ରୀତା କନ୍ହର, ପୂର୍ବତନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷl ପୁଷ୍ପା କନ୍ହର, ପୁର୍ବତନ ଜିଲ୍ଲା ଏସସି ସେଲ ସଭାପତି ବଟକୃଷ୍ଣ ପ୍ରଧାନ, ଜାମିନୀ ମୁଖି, ପୂର୍ବତନ ଯୁବ କଂଗ୍ରେସ ସଭାପତି ଅଜିଜ ଖାନ୍, ବୌଦ୍ଧ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଅବଦୁଲ କଲିମ୍ ଖାନ୍, ବରିଷ୍ଠ କଂଗ୍ରେସ ନେତା, ପ୍ରଶାନ୍ତ ସାହୁ ନେତ୍ରାନନ୍ଦ ଦୀପ ମଞ୍ଚାସୀନ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ |




