Breaking News

ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ମାତୃପିତୃ ସମ୍ମିଳନୀ,

କଣ୍ଟମାଳ:-୧୯/୧୦/୨୫: ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ମିଳନୀ ସଭାରେ କନ୍ଧମାଳ ଜିଲ୍ଲା ବିଜେପିର ସାଧାରଣ ସଂପାଦକ ଦେବେନ୍ଦ୍ର କୁଦେଇ ମୁଖ୍ୟଅତିଥିଭାବେ ଯୋଗ ଦେଇ ମା’ ବିଶ୍ଵ ଭାରତୀଙ୍କ ଠାରେ ଦ୍ଵୀପ ପ୍ରଜ୍ଜଳନ କରିଥିଲେ ଏବଂ ସମ୍ମିଳନୀରେ ପିତାମାତା ହିଁ ଶିଶୁର ଅନୁର୍ନିହିତ ଗୁଣକୁ ବିକାଶ କରିବାରେ ପ୍ରଥମ ଗୁରୁ ଭାବେ କାର୍ଯ୍ୟ କରିଥାନ୍ତି ବୋଲିି ଉପସ୍ଥିତ ଅଭିଭାବକ ଅଭିଭାବିକାଙ୍କୁ କହିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଘଣ୍ଟାପଡ଼ା ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି, ପରିଚାଳନା କମିଟି ସଭାପତି ଅଗସ୍ତୀ ମଲିକ, ପୂର୍ବ ସଂପାଦକ ବିରେନ୍ଦ୍ର ଦେହୁରୀ, ସଦସ୍ୟା ଶ୍ରୀମତୀ ସସ୍ମିତା ରଣା, ଗଣମାଧ୍ୟମ ପ୍ରତିନିଧି ପ୍ରଭାତ ସାହୁ ଯୋଗ ଦେଇ ଶିଶୁ, ଶିକ୍ଷକ ଓ ପିତାମାତାଙ୍କ ଉପରେ ବକ୍ତ୍ୟବ ରଖିଥିଲେ। ସୁଷମା ଗୁରୁମା ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ରଶ୍ମିତା ଗୁରୁମା ଅନ୍ୟବାଦ ପ୍ରଦାନ କରିଥିଲେ।ପରେ ମାଆମାନଙ୍କୁ ନେଇ ରଙ୍ଗୋଲି , ମ୍ୟୁଜିକ ଚେୟାର,ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିଲା ।କୃତି ମାଆମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବା ନେଇ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସେଠ ସୂଚନା ଦେଇଛନ୍ତି।ସମ୍ମିଳନୀରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button