Breaking News

ନାରାୟଣପ୍ରସାଦରେ ପଞ୍ଚାୟତ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ

କଣ୍ଟାମାଳ:-୧୯/୧୦/୨୫: ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ନାରାୟଣପ୍ରସାଦ ପଞ୍ଚାୟତ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ପଞ୍ଚାୟତ ଭବନ ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୁଲେଶ୍ଵର ନାମଙ୍କ ତତ୍ତାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତାରାକାନ୍ତୀ ମାଝୀ ଯୋଗ ଦେଇ ଅନୁଷ୍ଠାନିକଭାବେ ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦ୍ଘାଟନକରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହ ୱାର୍ଡ ସଭ୍ୟ ସଭ୍ୟା , ସମସ୍ତ କର୍ମଚାରୀ, ଏମବିକେ, ସିଆରପି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button