Breaking News

କୃଷ୍ଣାନନ୍ଦପୁର ପୋଲିସଙ୍କ ଦ୍ୱାରା ବାଣ ବ୍ୟବସାୟୀ ଗିରଫ !!

ତିର୍ତ୍ତୋଲ :-କିଏ ଜାଣିଥିଲା ଏମିତି ହେବ ? ବ୍ୟବସାୟ କରି ଅର୍ଥ କମେଇ ପରିବାର ପ୍ରତିପୋଷଣ କରିବାକୁ ଆଣିଥିବା ବାଣ ତାରି ଉପରକୁ ଫୁଟିବ ବୋଲି ବିଶ୍ୱାସ କରିବ ଵା କିପରି ?ସରକାରୀ ସ୍ତରରେ ଚୋରା ବାଣ ବ୍ୟବସାୟ କୁ ନିଶିଦ୍ଧ କରିଥିବା ବେଳେ,ଆଗାମୀ ଦୀପାବଳୀ ଉପଲକ୍ଷେ ଖୁଚୁରା ବାଣ ବ୍ୟବସାୟକୁ ଭାବନାରେ ରଖି କ୍ରୟ କରିଥିଲେ ଗୁଡ଼ାଏ ବାଣ ! କିନ୍ତୁ ବ୍ୟବସାୟ ହେବା ଆଗରୁ ଧରାପଡ଼ିଗଲେ ପୋଲିସ ବାବୁଙ୍କ ହାତରେ !ବାଣ ସହିତ ଆରେଷ୍ଟ ହେଲେ ବ୍ୟବସାୟୀ ! ଏବେ ଆଇନ ର ଶିକୁଳି ରେ ବନ୍ଧା ହୋଇ ଜେଲରେ !ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ର କୃଷ୍ଣାନନ୍ଦପୁର ଥାନା ଅଧିନସ୍ତ କିଳିପାଳ ଗ୍ରାମରେ !ଏହି ଗ୍ରାମର ବିଜୟ କୁମାର ସାହୁ ଆବଶ୍ୟକ ଠାରୁ ଅଧିକ ନିଶିଦ୍ଧ କରାଯାଇଥିବା ବାଣ ରଖିବା ଅପରାଧରେ ଗିରଫ ହୋଇଛି !ଘଟଣା କ୍ରମରେ ଦେଖିବାକୁ ଗଲେ ସର୍ବତ୍ର ବେରୋଜଗାରୀ ଏତେ ମାତ୍ରାରେ ବଢ଼ି ଯାଇଛି ଯେ, ଜୀଵନ ଜୀବିକା କୁ ନେଇ ପରିବାର ପ୍ରତିପୋଷଣ ପାଇଁ ବେଆଇନ ଭାବେ ବିଭିନ୍ନ ବ୍ୟବସାୟ କୁ ଆପଣେଇ ନେଇ ପୋଲିସ ହାତରେ ଧରାପଡି ଜେଲ ଦଣ୍ଡ ଭୋଗୁଛନ୍ତି ! ଯେଉଁମାନେ ପୋଲିସ ଆଖିରେ ଧୂଳିଦେଇ ଖସି ଯାଉଛନ୍ତି ସେମାନଙ୍କ ପାଇଁ ବେଆଇନ ମଧ୍ୟ ଆଇନ ପାଲଟି ଯାଉଛି !ଏହିପରି ଭାବେ ଦିନକୁ ଦିନ ଜଗତସିଂହପୁର ଜିଲ୍ଲାରେ ବଢ଼ି ଚାଲିଛି ଅପରାଧିକ ମାମଲା !କେବେ ମଦ, ଗଂଜେଇ, ଅଫିମ, ବ୍ରାଉନ ସୁଗାର ର ଚୋରା କାରବାର ହେଉ ଅବା ନିଶିଦ୍ଧ ଘୋଷଣା କରା ଯାଇ ଥିବା ବାଣ ବ୍ୟବସାୟ !ତେବେ ବାଣ ବ୍ୟବସାୟ କୁ ଅଙ୍କୁଶ ଲଗେଇବାକୁ ନେଇ କେତେକ ବୁଦ୍ଧିଜୀବୀ କୃଷ୍ଣାନନ୍ଦପୁର ପୋଲିସ ଙ୍କୁ ବାହାବା କରୁଥିବା ବେଳେ, କେତେକ ଆଞ୍ଚଳିକ ଲୋକେ କୁହାକୁହି ହେଉଛନ୍ତି ଅଭାବକୁ ସ୍ଵଭାଵ ନଷ୍ଟ ନ୍ୟାୟରେ ବିଚରା ବିଜୟ ସାହୁ ଫସିଗଲା !!ପେଟ ଚାଖଣ୍ଡକ ପାଇଁ ପାଲଟି ଗଲା ଅପରାଧୀ !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button