Breaking News

ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ସମ୍ମୁଖରେ ବୈଠକ

ତାଳଚେର, ୧୯/୧୦ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ମେଡିକାଲ୍ କଲେଜ୍ ରେ ରୋଗୀ ସେବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସଂପାଦକ ବିଜୟ କୁମାର ପ୍ରଧାନ, ଦିଗାମ୍ବର ଗଡନାୟକ, ଚୈତନ୍ୟ ପ୍ରଧାନ, ପ୍ରହଲ୍ଲାଦ ସାହୁ, କେଶବ ଭୂତିଆ, ବିଭୁତି ଭୂଷଣ ପଟ୍ଟନାୟକ, ଶୋଭାଗିନୀ ଦାସ, ସୁରେଶ ପଟ୍ଟନାୟକ, ସୁକାନ୍ତ ଦାସ, ଗଗନ ବିହାରୀ ଦାସ, ପରମାନନ୍ଦ ସାହୁ, ବିଚ୍ଛନ୍ଦ ପ୍ରଧାନ, କାହ୍ନୁ ଚରଣ ସାହୁ, ପ୍ରତାପ ପ୍ରଧାନ, ହରେକୃଷ୍ଣ ମହାପାତ୍ର, ଡିଲେଶ୍ୱର ବେହେରା, ସବିତା ସିଂ, ସୁଷମା ଦାସ, ପ୍ରମିଳା ସାହୁ, ବିନୋଦ ଲାଲ୍ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ । ମେଡିକାଲ୍ କଲେଜ୍ ରେ କେବେ ଠାରୁ ରୋଗୀ ସେବା ଆରମ୍ଭ ହେବ ସେ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ସରକାରଙ୍କ ଠାରେ ଦାବୀ ଉପସ୍ଥାପନ ନିମନ୍ତେ ତା୧୦/୧୧/୨୦୨୫ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଆରମ୍ଭ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି ଗଣଧାରଣାରେ ସମସ୍ତ ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ସଚେତନ ନାଗରିକ, ତାଳଚେର ପ୍ରେମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଓକିଲ ସଂଘ, ସମସ୍ତ ସଂଘର ସଭାପତି, ବିଭିନ୍ନ ଗ୍ରାମର ସଭାପତି ଓ ସଂପାଦକ ଉପସ୍ଥିତ ରହି ଧୂଳି ଧୂଆଁ ଖଣି ଖଦାନ ଅଂଚଳର ଲୋକଙ୍କ ପାଇଁ ମେଡିକାଲ୍ କଲେଜ୍ ରେ କେବେ ରୋଗୀ ସେବା କରାଯିବ ସେ ସମ୍ପର୍କରେ ଶାନ୍ତିପୂର୍ଣ୍ଣ ଗଣଧାରଣା ପାଇଁ ଅଂଶ ଗ୍ରହଣ କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା ।

Related Articles

Back to top button